www.samajalive.in
Saturday, December 6, 2025
14.1 C
Bhubaneswar

ଜାତୀୟ ଏକତା ଦିବସ ପାଳିତ

ଫୁଲବାଣୀ : ଫୁଲବାଣୀ ସହରର ସ୍ଥାନୀୟ ମାଦିକୁନ୍ଦା ଛକଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଜାତୀୟ ଏକତା ଦିବସ ପାଳିତ ହୋଇ ଯାଇଛି । ଅନୁଷ୍ଠିତ କାର୍ୟ୍ୟକ୍ରମରେ  ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ମୁନିସିପାଲିଟିର ଅଧକ୍ଷ ସ୍ମିତାରାଣୀ ମହାନ୍ତି, ଯୋଗଦେଇ ଥିବା ବେଳେ ସମ୍ମାନନୀୟ ଅତିଥି ଭାବରେ ଶାରୀରିକ ପ୍ରଶିକ୍ଷକ ଅଧିକାରୀ ରଙ୍କନିଧି ବେହେରା, ଖେଳ ଶିକ୍ଷକ ପ୍ରଶାନ୍ତ କୁମାର ଦାଶ,ରାଜକିଶୋର ସ୍ୱାଇଂ ଏବଂନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ । କାର୍ୟ୍ୟକ୍ରମରେ ଫୁଲବାଣୀ ବ୍ଲକର ବିଭିନ୍ନ ସ୍କୁଲ ର ଛାତ୍ର ଛାତ୍ରୀ ଏବଂ ଯୁବକ ସଙ୍ଘ ର ସଭ୍ୟ ସଭ୍ୟା, ନେହରୁ ଯୁବ କେନ୍ଦ୍ରର ସ୍ୱେଚ୍ଛା ସେବୀ ପ୍ରମୁଖ ଯୋଗ କାର୍ୟ୍ୟ କ୍ରମରେ ସାମିଲ ହୋଇଥିଲେ । ଏହି ଅବସରରେ ସ।ଇକେଲ ଯାତ୍ରା ମାଡିକୁନ୍ଦ ଛକରୁ ବାହାରି ସହର ପରିଭ୍ରମଣ କରିଥିଲେ । ମୁଖ୍ୟ ଅତିଥି ଦିବସର ମୂଳଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଉପସ୍ଥିତ ଯୁବ ଭାଇ ଓ ଭଉଣୀଙ୍କୁ ଅବଗତ କରିଥିଲେ। ବୈଠକରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହ କର୍ମୀ ଦଳବେହେରା ମୁଖ୍ୟ ଅତିଥି, ଅନ୍ୟାନ୍ୟ ଅତିଥି ଓ ଉପସ୍ଥିତ ଛାତ୍ର ଛାତ୍ରୀ, ଯୁବକ ଭାଇ ଓ ଭଉଣୀ ମାନଙ୍କୁ ସ୍ୱାଗତ କରିଥିବା ବେଳେ ଚନ୍ଦ୍ରମନି ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories