www.samajalive.in
Saturday, December 6, 2025
15.1 C
Bhubaneswar

ରେଳ ଷ୍ଟେସନ ରାସ୍ତାରେ ଲୁଟ ,ରାହାଜାନୀ ବୃଦ୍ଧି

କଂଣ୍ଟାବାଞ୍ଜି : ରେଳ ଷ୍ଟେସନ ରାସ୍ତାରେ ଲୁଟ ,ରାହାଜାନୀ ବୃଦ୍ଧି। କଂଣ୍ଟାବାଞ୍ଜି ରେଳ ଷ୍ଟେସନ ଯିବାକୁ ସହର ଷ୍ଟେସନ ମଧ୍ୟରେ ବିଶେଷ ରାତ୍ରୀକାଳିନ ଟ୍ରେନ ,ଲଙ୍କ୍ ଏକ୍ସପ୍ରେସ ଆଜମିର,ସୁରତ, ଗାନ୍ଧିଧାମ ସୁପର ଏକ୍ସପ୍ରେସରେ ଯାତ୍ରୀମାନେ ଷ୍ଟେସନରେ ଓହ୍ଲାଇ ଏହି ରାସ୍ତାଦେଇ ସହରର ବସ ଷ୍ଟାଣ୍ଡକୁ ଯିବା କରିଥାଆନ୍ତି। ଏହି ସମୟରେ ରାସ୍ତାରେ ଅସାମିଜକ ଲୁଟେରାମାନେ ଛୁରି ଓ ଅନ୍ୟାନ୍ନ ଧାରୁଆ ଅସ୍ତ୍ର ଦେଖାଇ ଲୁଟ ରାହାଜାନୀ କରୁଥିବା ବହୁ ଦିନରୁ ଅଭିଯୋଗ ହୋଇ ଆସୁଛି। ଏହି ରାସ୍ତା କଡରେ ଶାଗୁଆନ ଗଛ ଥିବାରୁ ଏବଂ ଆବଶ୍ୟକ ସଂଖ୍ୟକ ଲାଇଟ ନଥିବାରୁ ଏହାର ସୁଯୋଗ ନେଇ ଲୁଟେରା ମାନେ ସକ୍ରିୟ ହୋଇ ଲୁଟ ରାହାଜନୀ କରୁଥିବା ଜଣାପଡିଛି। ତେଣୁ ରେଳବିଭାଗ ତରଫରୁ ଏହି ରାସ୍ତାରେ ପ୍ରର୍ଯ୍ୟାପ୍ତ ଆଲୋକିକରଣ ସହ ଜି.ଆର.ପି. ଏବଂ ଆର.ପି.ଏଫ ପୁଲିସ ଦ୍ୱାରା ରାତ୍ରି ସମୟରେ କଡା ପେଟ୍ରୋଲିଙ୍ଗ କରାଯିବା ପାଇଁ ଦାବୀ ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories