www.samajalive.in
Saturday, December 6, 2025
16.1 C
Bhubaneswar

ବାସ୍ତୁ ଓ ଫଟୋ

ବାସ୍ତୁଶାସ୍ତ୍ର ଅନୁଯାୟୀ ଫଟୋ ଜୀବନ ଉପରେ ସକରାତ୍ମକ ଓ ନକରାତ୍ମକ ପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା ଏଭଳି କିଛି ଫଟୋ ବିଷୟରେ ଯାହା ଆପଣଙ୍କ ଜୀବନ ଉପରେ ସକରାତ୍ମକ ପ୍ରଭାବ ପକାଏ ।

ଘରର ମୁଖ୍ୟ ଦ୍ୱାର ନିକଟରେ ଫୁଲ ଚିତ୍ର ଲଗାନ୍ତୁ। ଏହା ଦ୍ୱାରା ଘରର ସଦ୍ୟସ୍ୟଙ୍କ ମଧ୍ୟରେ ପ୍ରେମ, ଭଲପାଇବା ବଢିଥାଏ।

- Advertisement -

ଆର୍ଥିକ ସ୍ୱଚ୍ଛଳତା ପାଇଁ ପୂଜା ସ୍ଥାନରେ ବସିଥିବା ଲକ୍ଷ୍ମୀଙ୍କ ଫଟୋ ଲଗାନ୍ତୁ।
ସନ୍ତାନ ପ୍ରାପ୍ତି ପାଇଁ ପଦ୍ମ ପୁଲ ବା ଗାଈର ଫଟୋ ଶୋଇବା ଘରେ ଲାଗାନ୍ତୁ।

ଘର କାନ୍ଥରେ ହସୁଥିବା ଛୁଆର ଫଟୋ ଲଗାନ୍ତୁ। ଏହା ଦ୍ୱାରା ଘରେ ସକରାତ୍ମକ ଶକ୍ତି ଆସିଥାଏ।

ବେଡ ରୁମରେ ଫୁଲର ଫଟୋ ଲଗାଇବା ଉଚିତ। ଏହା ଦ୍ୱାରା ବାତାବରଣ ଭଲ ରହିବା ସହ ସ୍ୱାସ୍ଥ୍ୟ ଉତ୍ତମ ରହେ।

ଉତ୍ତମ ସ୍ୱାସ୍ଥ୍ୟ ପାଇଁ କାମ କରୁଥିବା ସ୍ଥାନରେ ଉଦୟ ହେଉଥିବା ସୂର୍ୟ୍ୟ ଫଟୋ ଲଗାନ୍ତୁ।

ସବୁ ପ୍ରକାର କଷ୍ଟରୁ ମୁକ୍ତି ପାଇବାକୁ ଚାହୁଁଥିଲେ ପୂଜା ସ୍ଥାନରେ ଶ୍ରୀକୃଷ୍ଣ କିମ୍ବା ମହାଦେବ ଶିବଙ୍କ ଆଶୀର୍ବାଦ ମୁଦ୍ରା ଥିବା ଫଟୋ ଲଗାନ୍ତୁ।

ବେଡ ରୁମରେ ଆପଣଙ୍କର ବିବାହ ସମୟର ଫୋଟ ବା ସ୍ୱାମୀ, ସ୍ତ୍ରୀଙ୍କ ଯୁଗଳ ଫଟୋ ଲଗାନ୍ତୁ।

ମାତା, ପିତା, ଭାଇ ଓ ଭଉଣୀଙ୍କ ଫଟୋ ଘରର ଉତ୍ତର ଦିଗରେ ଲଗାନ୍ତୁ।

ଯଦି ଘରେ ମୃତ ବ୍ୟକ୍ତିର ଫଟୋ ଲଗାଇବାକୁ ଚାହାଁନ୍ତି ତେବେ ଦକ୍ଷିଣ ଦିଗରେ ଲଗାନ୍ତୁ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories