କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଏନଏସି ପକ୍ଷରୁ ଜାଗା ମିଶନ ଯୋଜନାରେ ବସ୍ତି ବାସିନ୍ଧାଙ୍କ ପାଇଁ ଭୂମି ଅଧିକାର ପ୍ରମାଣ ପତ୍ର ୭୧ ଜଣ ହିତାଧିକାରୀଙ୍କୁ ଦିଆଯାଇଛି। ଏହି ହିତାଧିକାରୀମାନେ ଆଗରୁ ରେଳବାଇ ତଥା ଅନ୍ୟାନ ଜାଗାରେ ବହୁ ଦିନରୁ ଝାଟିମାଟି କୁଡିଆ ଘର ତିଆରି କରି ରହୁଥିବା ବେଳେ ଆଜି ଏମାନଙ୍କୁ ଏହି ଯୋଜନା ମାଧ୍ୟମରେ ଚିହ୍ନଟ କରାଯାଇ ପଟ୍ଟା ବଣ୍ଟନ କରାଯାଇଛି। ଏହି କଣ୍ଟାବାଞ୍ଜି ଏନଏସି ପ୍ରଶାସକ ତଥା ଟିଟିଲାଗଡ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଏନଏସିର କାର୍ଯ୍ୟାଳୟର ସଭାଗୃହରେ ଏକ ସଭା କରିବା ସହ ଯୋଗୁ ହିତାଧିକାରୀଙ୍କୁ ପଟ୍ଟା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରି ସମ୍ମି ରେଡ୍ଡି ଜୟଶ୍ରୀ, ଏମ୍ଇ ଅଶୋକ ପଟ୍ଟନାୟକ, ସିଏମଏମ ରଶ୍ମିରଂଜନ ପଟ୍ଟନାୟକ, ଜେଇ ଆଦିତ୍ୟ ମିଶ୍ର, ଏନଏସି ନୋଡାର ଅଫିସର ଚନ୍ଦ୍ର ଶେଖର ଭୋଇ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।
Popular Categories



