କଣ୍ଟାବାଞ୍ଜି: ଅଜଣା ବୃଦ୍ଧାଙ୍କ ମୃତଦେହ ସତ୍କାର କଲା କଣ୍ଟାବାଞ୍ଜି ପୁଲିସ। ବୃଦ୍ଧାଙ୍କୁ ସମ୍ମାନର ସହିତ ପୁଲିସ କାନ୍ଧ ଦେଇ ମୃତଦେହ ସତ୍କାର କରିଛି। ପୁଲିସର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ସୂଚନାନୁଯାୟୀ, ଗତ ଗୁରୁବାର ଦିନ ରାସ୍ତା କଡ଼ରେ ପଡି ରହିଥିବା ଜଣେ ବୃଦ୍ଧାଙ୍କୁ କଣ୍ଟାବାଞ୍ଜି ପୁଲିସ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ବୃଦ୍ଧାଙ୍କର ପରିଚୟ ମିଳି ନଥିଲା। ୩ ଦିନ ପର୍ଯ୍ୟନ୍ତ ବୃଦ୍ଧାଙ୍କ ମୃତ ଦେହକୁ ଡାକ୍ତରଖାନାର ଶବ ଗୃହରେ ରଖାଯାଇଥିଲା। ଆଜି କଣ୍ଟାବାଞ୍ଜି ପୁଲିସ ସମ୍ମାନର ସହ ବୃଦ୍ଧାଙ୍କ ଶବ ସତ୍କାର କରିଛି। ଏହି କାର୍ଯ୍ୟକ୍ରମରେ ଏସଡିପିଓ ହୃଷିକେଶ ମେହେର, ଆଇଆଇସି ସତ୍ୟଜିତ କାଣ୍ଡେଲକରଙ୍କ ସମେତ କଣ୍ଟାବାଞ୍ଜି ପୁଲିସ ଉପସ୍ଥିତ ଥିଲେ।
Popular Categories



