MEllora 950×100

ମମିତା ମେହେର ହତ୍ୟା ମାମଲାରେ କଣ୍ଟାବାଞ୍ଜି ୧୨ ଘଣ୍ଟିଆ ବନ୍ଦ

କଣ୍ଟାବାଞ୍ଜି : ମହାଲିଙ୍ଗ ସନ ସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲା । ପରିବାର ବର୍ଗକୁ ନ୍ୟାୟ ପ୍ରଦାନ ଦାବି ନେଇ ବିଜେପି ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ ପାଳନ କରାଯାଉଛି । ବନ୍ଦ ପାଳନର ପ୍ରଭାବ କଂଟାବାଞ୍ଜି ସହରରେ ମଧ୍ୟ ଦେଖିବାକୁ ମିଲିଛି। ବିଜେପି ବଲାଙ୍ଗିର ଜିଲ୍ଲା ସଭାପତି ଶିବାଜି ମହାନ୍ତିଙ୍କ ନେତୃତ୍ୟରେ ସ୍ଥାନିୟ ଇନ୍ଦିରା ଛକ ଠାରେ ବିଜେପି କର୍ମୀମାନେ ନାରାବାଜି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଜେପି ସିଧାସଲଖ ଏହି ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ସଂପୃକ୍ତ କଥା ଉଠାଉଥିବା ବେଳେ ଏହି ମାମଲାକୁ ସିବିଆଇ ତଦନ୍ତ କରିବା ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି। ତେବେ ଆଜିର ବନ୍ଦ ଡାକରାରେ ଦୋକାନ, ବଜାର, ସରକାରୀ କାର୍ୟ୍ୟଳୟ, ବସ ଚଲାଚଳ ବନ୍ଦ ଥିବା ବେଳେ ଜରୁରୀ ସେବାକୁ ବନ୍ଦ ପାଳନରୁ ବାଦ ଦିଆଯାଇଛି ।

 

ଆଜିର ଏହି ବନ୍ଦ ପାଳନ ରେ ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ଲକ୍ଷ୍ମଣ ବାଗ, ଜିଲ୍ଲା ସଂପାଦକ ଅଜୟ ଶର୍ମା, ବିଜେପି ନଗର ସଭାପତି ବେଦବ୍ୟାସ ନାଗ,ବିବେକ ଶର୍ମା, ବିଦେଶୀ ବେହେରା , ରାଜ୍ୟକାର୍ୟାକରିଣୀ ଜଗନ୍ନାଥ ନାଗ, ଘଷିରମ ଜୈନ, ଆଶିଷ ଗୁପ୍ତା, ସଦାନନ୍ଦ ପ୍ରଧାନ, ହବିବ ଖାଁ, ଳାମ୍ବୁ ନିଆଲ, ଅରୁଣ ନିଆଲ, ଦିଲୀପ ପୁଟେଲ, ସୁଦର୍ଶନ ବାଗ, ପ୍ରଦୀପ ବାଗ, ପୂର୍ବତନ ଝରଣୀ ସରପଞ୍ଚ ଅକ୍ଷୟ ମେହେର, ଚଇତନ ହଂସ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.