କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ବିଭାଗର ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ କରକମଳରେ ବିହନ ଆଳୁ ବିତରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହଲ ବ୍ଲକର ଶତାଧିକ ଚାଷୀଙ୍କୁ ବିହନ ବଣ୍ଟନ କରାଯାଇଥିଲା । ଆୟୋଜିତ ସଭାରେ ଓଡିଶା ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ନିଖିଳ ପବନ କଲ୍ୟାଣ (ଆଇ.ଏ ଏସ ),ସଭା ପତିତ୍ୱରେ ମୁଖ୍ୟ ଅତିଥି ଭାବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ସମ୍ମାନୀୟ ଅତିଥି ସାଂସଦ ସଂଗୀତା କୁମାରୀ ସିଂ ଦେଓ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଉପ ଜିଲ୍ଲାପାଳ ଟିଟିଲାଗଡ଼ ତଥା ଆରଏମସି ଅଧକ୍ଷ ରେହନ ଖେତ୍ରୀ, (ଆଇଏଏସ ), ଆରକ୍ଷୀ ଅଧିକ୍ଷକ ଋଷି କେଶ ଖିଲାରୀ ମଞ୍ଚ ରେ ଉପସ୍ଥିତ ଥିଲେ । ରାଜ୍ୟ ସରକାର ରାଜ୍ୟରେ ଆଳୁ ଚାହିଦା ମେଣ୍ଟାଇବା ପାଇଁ, ଆଳୁ ମିଶନ କାର୍ଯ୍ୟକ୍ରମକୁ ହାଥକୁ ନେଇ ନଭେମ୍ବର ୧ ଠାରୁ ସାରା ରାଜ୍ୟର ୩୦ଟି ଜିଲ୍ଲାରେ ଉତ୍ତରପ୍ରଦେଶ ଓ ପଞ୍ଜାବ ପ୍ରଦେଶରୁସଂଗ୍ରହ କରି ଥିବା ଆଳୁ ବିହନ ଏକ ଲକ୍ଷ ୮୭ ହାଜର କ୍ୟୁଣ୍ଟାଲ ଆଳୁ ରାଜ୍ୟର ୩୦ଟି ଜିଲ୍ଲାର ଚାଷୀମାନଙ୍କ ପାଇଁ ବିହନ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଥିବା ଉପମୁଖ୍ୟମନ୍ତ୍ରୀ ମନ୍ତ୍ରୀ ସୂଚନା ଦେଇଛନ୍ତି ।
ରାଜ୍ୟରେ ପିପିପି ମୁଡ଼ରେ ୫୮ ଶୀତଳ ଭଣ୍ଡାର ନିର୍ମାଣ କାର୍ଯ୍ୟ ହାଥକୁ ନେଇ, ଆଗାମୀ ଦିନରେ ରାଜ୍ୟରେ ଚାଷୀ ପର୍ଯ୍ୟ।ପ୍ତ ପରିମାଣରେ ଆଳୁ ଚାଷ କରି ଶୀତଳ ଭଣ୍ଡାରରେ ଗଛିତ ରଖି ଉଚିତ ମୂଲ୍ୟରେ ବିକ୍ରୟ କରିବେ ବୋଲି ସୂଚନା ଦେଇଥିଲେ। ରାଜ୍ୟର ଜୈବକ ଖତ ଦ୍ବାରା ଚାଷ କରି, ଫସଲ ଉତ୍ପ।ଦନ କରିବା ଉପରେ ଗୁରୁତ୍ୱ ଦେବାସହ, ନିଜର ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ ଗରୁତ୍ୱାରୋପ କରିଥିଲେ । ଚାଷୀମାନେ ରାସାୟନିକ ସାର ଦେଇ ଅଧିକ ମାତ୍ର।ରେ ଫସଲ ଉତ୍ପାଦନ କରୁଥିବା ବେଳେ, କର୍କଟ ରୋଗରେ ପୀଡିତ ହେଉଥିବା ମନ୍ତ୍ରୀ ନଜର ଦେଇଥିଲେ । ସେଥି ପାଇଁ ଜୈବିକ ଖତରେ ଚାଷ କରିବା ପାଇଁ ଗରୁତ୍ବ ଦେବା ନିହାତି ଆବଶ୍ୟକ ବୋଲି ଉପସ୍ଥିତ କୃଷକ ଭାଇମାନଙ୍କୁ ଆହ୍ୱାନ ଦେଇଥିଲେ। ଶେଷରେ ଉଦ୍ୟାନ ବିଭାଗ ଉପନିର୍ଦେଶକ ପ୍ରଫୁଲ କୁମାର ଭଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ ।
ଶ୍ରୀମନ୍ଦିରରେ ପୁଲିସକୁ ମାଡ ମାରି ମୁଣ୍ଡ ଫଟାଇଦେଲେ ବଙ୍ଗୀୟ ପର୍ଯ୍ୟଟକ..



