www.samajalive.in
Saturday, December 6, 2025
26.1 C
Bhubaneswar

ମହାକାଶରେ ସୁସ୍ଥ ଅଛନ୍ତି ସୁନୀତା, ସ୍ପଷ୍ଟ କଲା ନାସା

ଡେସ୍କ: ସୁନୀତା ୱିଲିୟମ୍ସଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ନାସା ସ୍ପଷ୍ଟ କରିଛି ଯେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ରେ ଥିବା ସମସ୍ତ ମହାକାଶଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି। ନାସାର ମହାକାଶ ଅଭିଯାନ ନିର୍ଦ୍ଦେଶାଳୟର ମୁଖପାତ୍ର ଜିମି ରସେଲ କହିଛନ୍ତି ଯେ ଆଇଏସଏସରେ ଥିବା ନାସାର ସମସ୍ତ ମହାକାଶଚାରୀଙ୍କର ନିୟମିତ ଡାକ୍ତରୀ ମୂଲ୍ୟାୟନ କରାଯାଇଥାଏ ଓ ଫ୍ଲାଇଟ୍ ସର୍ଜନଙ୍କ ଦ୍ୱାରା ତଦାରଖ କରାଯାଏ। ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି ବୋଲି ସେ କହିଛନ୍ତି।

ଆଇଏସଏସରେ ଦୀର୍ଘ ଦିନ ରହିବା ପରେ ୱିଲିୟମ୍ସ ସ୍ୱାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେଉଛନ୍ତି ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମହାକାଶ ଏଜେନ୍ସି ନାସା ଏହି ବୟାନ ଦେଇଛି। ସୁନିତା ଏବଂ ତାଙ୍କ ସାଥୀ ମହାକାଶଚାରୀ ବ୍ୟାରି ୱିଲମୋର ଜୁନ୍ ମାସରୁ ଆଇଏସ୍ଏସରେ ଅଛନ୍ତି। ଷ୍ଟାରଲାଇନର ମହାକାଶଯାନରେ ତ୍ରୁଟି ଯୋଗୁଁ ୮ ଦିନିଆ ଆଇଏସ୍ଏସ୍ ଅଭିଯାନ ମାସ ମାସ ଧରି ଚାଲିଥିଲା। ମହାକାଶଚାରୀମାନେ ଆସନ୍ତା ବର୍ଷ ଫେବ୍ରୁଆରିରେ ଘରକୁ ଫେରିବେ।

- Advertisement -

ଗତ ଅକ୍ଟୋବର ୨୬ ତାରିଖରେ ନାସାର ଜଣେ ମହାକାଶଚାରୀ ଆଇଏସଏସରେ ପ୍ରାୟ ୮ ମାସ ରହି ଫେରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନାସା ଅନୁଯାୟୀ ମହାକାଶଚାରୀ ମାଥ୍ୟୁ ଡୋମିନିକ୍, ମାଇକେଲ ବାରାଟ୍, ଜେନେଟ୍ ଏପ୍ସ ଏବଂ ରୋସ୍କୋସ୍ମୋସ୍ ମହାକାଶଚାରୀ ଆଲେକଜାଣ୍ଡର ଗ୍ରେବେଙ୍କିନଙ୍କୁ ଏକାଠି ଫ୍ଲୋରିଡାର ଆସେନସନ୍ ସେକ୍ରେଡ୍ ହାର୍ଟ ପେନସାକୋଲାକୁ ନିଆଯାଇଥିଲା। ହସ୍ପିଟାଲରେ ଡାକ୍ତରୀ ମାଇନା ପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଜଣେ ମହାକାଶଚାରୀଙ୍କୁ ନିରୀକ୍ଷଣରେ ରଖାଯାଇଥିଲା। ତେବେ କ୍ରୁ ମେମ୍ବରଙ୍କ ଡାକ୍ତରୀ ଗୋପନୀୟତାକୁ ସୁରକ୍ଷିତ ରଖିବା ପାଇଁ ମହାକାଶଚାରୀଙ୍କ ବିବରଣୀ ପ୍ରକାଶ କରାଯାଇ ନାହିଁ ବୋଲି ନାସା କହିଛି।

ଆମେରିକୀୟ ମହାକାଶ ଏଜେନ୍ସି କହିଛି ଯେ ମହାକାଶଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିବାର ଦିନକ ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories