କାଉନସିଲରଙ୍କ ଘରୁ ୪ ମାସର ଶିଶୁପୁତ୍ର ଉଦ୍ଧାର, ଲୁଚାଇ ରଖିଥିଲେ ଭଉଣୀ
ସମାଜ ଡିଜିଟାଲ ଡେସ୍କ: ବାଲେଶ୍ଵର ଜିଲା ରେମୁଣାର ଜଣେ ବିଜେଡି କାଉନସିଲରଙ୍କ ଘରୁ ୪ ମାସର ଶିଶୁପୁତ୍ର ଉଦ୍ଧାର ହୋଇଛି। କାଉନସିଲରଙ୍କ ଭଉଣୀ ଉକ୍ତ ଶିଶୁପୁତ୍ରକୁ ଘରେ ଲୁଚାଇ ରଖିଥିବା ଅଭିଯୋଗ ହୋଇଥିଲା। ଅଞ୍ଚଳର ଜଣେ ପୂର୍ବତନ ସରପଞ୍ଚ ଏ ସମ୍ପର୍କରେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ଜିଲାପାଳ ଉକ୍ତ ଶିଶୁପୁତ୍ରକୁ ଉଦ୍ଧାର କରିବା ଲାଗି ଚାଇଲ୍ଡଲାଇନକୁ ନିର୍ଦେଶ ଦେଇଥିଲେ। ଜିଲାପାଳଙ୍କ ନିର୍ଦେଶକ୍ରମେ ଚାଇଲ୍ଡଲାଇନ ପକ୍ଷରୁ ପୁଲିସ ସହାୟତାରେ କାଉନସିଲରଙ୍କ ଘରୁ ଚଢ଼ାଉ କରି ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି।
Comments are closed.