ବିଧାୟକ ଲକ୍ଷ୍ମଣ ବାଗ ଡାକ୍ତର ଖାନା ପରିଦର୍ଶନ, ରୋଗୀ ସମସ୍ୟା ବୁଝିଲେ
କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ରବିବାର କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ଅନ୍ତେବାସୀ ରୋଗୀମାନଙ୍କ ସମସ୍ୟା ବୁଝିଛନ୍ତି । ଡାକ୍ତରଖାନାକୁ ବିଭିନ୍ନ ଅଞ୍ଚଳରୁ ଆସୁଥିବା ଡାଇରିଆ ରୋଗରେ ଆକ୍ରାନ୍ତ ଥିବା ରୋଗୀମାନେ ଉଚିତ୍ ଚିକିତ୍ସା ସେବା ପାଉଛନ୍ତି କି ନାହିଁ ତାହା ରୋଗୀମାନଙ୍କୁ ପଚାରି ବୁଝିଥିଲେ ।
ଡାକ୍ତରଖାନାର ମୁଖ୍ୟ ସମସ୍ୟା ପାଣି ଥିବାବେଳେ ଏହାର ଯଥା ଶୀଘ୍ର ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ତାଗିଦକରି ଥିଲେ । ଡାକ୍ତରଖାନାରେ ଥିବା ଅନ୍ତେବାସୀମାନଙ୍କୁ ଚିକିତ୍ସା ସେବା ଠିକ୍ ଭାବେ ମିଳିବା ଉଚିତ୍ ବୋଲି ବିଧାୟକ ବାଗ ଡାକ୍ତର ମାନଙ୍କୁପରାମର୍ଶ ଦେଇଥିଲେ । ବିଧାୟକ ବାଗ ଡାକ୍ତରଖାନା ପରିଦର୍ଶନ ବେଳେ ସାଂସଦ ପ୍ରତିନିଧି ଘାସିରାମ ଜୈନ, ପ୍ରଦୀପ ବାଗ, ପପୁ ଯୁଏଡ ସହ ବିଧାୟକ ସମର୍ଥକ ଉପସ୍ଥିତ ଥିଲେ।
Comments are closed.