www.samajalive.in
Saturday, December 13, 2025
26.1 C
Bhubaneswar

କଣ୍ଟାବାଞ୍ଜିରେ ଉତ୍କଳ ବାଳାଶ୍ରମ ଶୁଭ ଉଦଘାଟନ ସମାରୋହ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଠାରେ ଶିଶୁଦିବସ ପାଳନ ଅବସରରେ ଜିଲା ପ୍ରଶାସନ ମହିଳା ଶିଶୁ ଵିକାଶ ବିଭାଗ ତରଫରୁ ଉତ୍କଳ ବାଳାଶ୍ରମ ଉଦଘାଟିତ ହୋଇଯାଇଛି। ଉଦଘାଟନ ଉତ୍ସବରେ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ବିଧାୟକ ସନ୍ତୋଷ ସିଂ ସାଲୁଜା, ଜିଲା ପରିଷଦ ସଭାପତି ଦେବକୀ ସାହୁ, ରାଜ୍ୟ ସରକାରଙ୍କ ମହିଳା ଶିଶୁ ବିଭାଗ ତଥା ମିଶନଶକ୍ତି ନିର୍ଦେଶକ ଅରବିନ୍ଦ ଅଗ୍ରୱାଲ,ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷ୍ୟ ବରିୟାମ ସିଂ ସାଲୁଜା, ଜିଲାପାଳ ଚଞ୍ଚଳ ରାଣା, ଜିଲା ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର, ଉପଜିଲାପାଳ ମନୋଜ ସତ୍ୟବାନ ମହାଜନ ପ୍ରମୁଖ ଉପସ୍ଥିତ ଥିଲେ।. ଜିଲା ଶିଶୁସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ସ୍ୱାଗତ ଭାଷଣ ଦେବାସହ ବିବରଣୀ ପାଠ କରିଥିଲେ।

ପାର୍ବତୀଗିରି ବାଲନିକେତନର ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା। କଣ୍ଟାବାଞ୍ଜିରେ ଆରମ୍ଭ କରାଯାଇଥିବା ନୂତନ ବାଳାଶ୍ରମ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ମହିଳା ଶିଶୁଵିକାଶ ନିର୍ଦେଶକ ଅରବିନ୍ଦ ଅଗ୍ରୱାଲ ନିଜ ବକ୍ତ୍ୟବ କହିଥିଲେ। ଏହି ବାଲାଶ୍ରମରେ ଅନାଥ, ନିଷ୍ପେସିତ, ନିର୍ଯାତିତ, ଅବହେଳିତ ଶିଶୁଙ୍କ ଶିକ୍ଷା, ବୈଦିକ ବିକାଶ ଓ ଦକ୍ଷତା ବୃଦ୍ଧି ସହ ସମାଜରେ ଜଣେ ଜଣେ ଭଲ ମଣିଷ ହୋଇ ବାହାରିବେ ଏବଂ ଉଚ୍ଚଶିକ୍ଷା ଲାଭ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ବୋଲି ମନ୍ତ୍ରୀ ଟୁକୁନି ସାହୁ ପ୍ରକାଶ କରିଥିଲେ। ଉପଜିଲାପାଳ ଟିଟିଲାଗଡ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବାଳାଶ୍ରମ ପରିଚାଳନା କମିଟି ସଭ୍ୟ ସତ୍ୟବ୍ରତ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ।

- Advertisement -

ଜିଲା ସାମାଜିକ କଲ୍ୟାଣ ଅଧିକାରୀ ସାନ୍ତାଲାଲ ଦୀପ ସୂଚନା ଦେଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ, ବିଜ୍ଞପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିରଞ୍ଜନ ଧଳ, କଣ୍ଟାବାଞ୍ଜି ତହସିଲଦାର ସମୀର ବେହେରା, ତୁରେକେଲା ବିଡ଼ିଓ ଦେବାଶିଷ ସାମଲ, ପୁଲିସ ଏସଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି, ଥାନା ଅଧିକାରୀ ବାମଦେବ ଶଙ୍ଖୁଆଳଙ୍କ ମହିଳା ସ୍ୱୟଂ ସହାୟକ ଗୋଷ୍ଠି, ଅଙ୍ଗନବାଡି କର୍ମୀ, ଵିଜ୍ଞାପିତ ଅଞ୍ଚଳ ପରିଷଦ କର୍ମଚାରୀ, ମହିଳା ଶିଶୁଵିକାଶ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories