www.samajalive.in
Sunday, December 14, 2025
15.1 C
Bhubaneswar

ଦାଉ ସାଧୁଛି ଜଙ୍ଗଲି ବାରହା, ନଷ୍ଟ ହେଉଛି ଧାନ ଫସଲ

କଲମପୁର: ଏବେ ଧାନ ପାକଳ ଅବସ୍ଥାରେ। ବର୍ଷା ଅଭାବ, ସାର ଓ କୀଟନାଶକର ଦର ବୃଦ୍ଧି ଓ ରୋଗ ପୋକର ପ୍ରଭାବ ଭଳି ପ୍ରତିକୁଳ ପରିସ୍ଥିତିରେ ଚାଷୀ ଚାଷ କରିଥିଲା। ଆଶା ବାନ୍ଧିଥିଲା ଧାନ ଅମଳ ହେବା ପରେ ନିଜର କିଛି ସମସ୍ୟାର ସମାଧାନ କରିବ। କିନ୍ତୁ ସେହି ଆଶା ଆଶାରେ ରହିଯାଉଛି।

ଏବେ କିନ୍ତୁ ଚାଷ ଅମଳ ବେଳକୁ ଦାଉ ସାଧୁଛି ଜଙ୍ଗଲି ବାରହା। ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲ ପାଦ ଦେଶରେ ଥିବା ପାଜେନ ଓ ଗୌଡ କେନ୍ଦୁଗୁଡା ଗ୍ରାମର ବିଜୁ ଚନ୍ଦ୍ର ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ପଟ୍ଟନାୟକ, ଉପେନ୍ଦ୍ର ଭଞ୍ଜ, ଶରତ ଚନ୍ଦ୍ର ଦୁର୍ଗା, ଗଙ୍ଗା ଚଲାନ, ଜଗଦିଶ ଚଲାନ, ପାରେ ଚଲାନ, ରବୀନ୍ଦ୍ର ଭଞ୍ଜ, ବିଶିକେଶନ ଶବର ଓ ଅଭିନ୍ନ ଚନ୍ଦ୍ର ଭଞ୍ଜ ପ୍ରମୁଖ ଚାଷୀଙ୍କ ଅମଳ ହେବାକୁ ଥିବା ଧାନକୁ ଗତ ବିଳମ୍ବିତ ରାତିରେ ଜଙ୍ଗଲି ବାରହା ପଲ ଆସି ମାଡି ମକଚି ନଷ୍ଟ କରି ଦେଇଛନ୍ତି। ଯେଉଁଥିପାଇଁ ଚିନ୍ତାରେ ଚାଷୀଙ୍କ ଆଖିରୁ ନିଦ ହଜି ଯାଇଛି। କେମିତି ଚାଷ ପାଇଁ ନେଇଥିବା ଋଣ ପରିଶୋଧ କରିବେ, କେମିତି ନିଜ ନିଜ ପରିବାର ପ୍ରତିପୋଷଣ କରିବେ।

- Advertisement -

ଏହି ଜଙ୍ଗଲି ବାରହା ଦିନେକି ଦୁଇ ଦିନ ନୁହେଁ ପ୍ରତି ବର୍ଷ ଏଭଳି ଚାଷ ନଷ୍ଟ କରି ଆସୁଛନ୍ତି। କେବେ ମଧ୍ୟ ବନ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଇନାହିଁ। ଏନେଇ ଆଜି ଆମ ପ୍ରତିନିଧି ସୂଚନା ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ଚାଷୀଙ୍କ ଠାରୁ ସୂଚନା ନେଇଥିଲେ। ଏହାସହ କଲମପୁର ବନପାଳ ସୁରେନ୍ଦ୍ର କୁମାର ବେହେରାଙ୍କ ସହ ଜଙ୍ଗଲି ବାରହାଙ୍କ ଦ୍ୱାରା ଚାଷ ନଷ୍ଟ ସମ୍ପର୍କରେ ଆଲୋଚନା କରିଥିଲେ। ଅନୁକମ୍ପା ଆପ୍ ମାଧ୍ୟମରେ ନିଜ କ୍ଷୟ କ୍ଷତି ନେଇ ଚାଷୀ ଆବେଦନ କରିବା ପାଇଁ ଶ୍ରୀ ବେହେରା ସୂଚନା ଦେଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories