www.samajalive.in
Thursday, December 11, 2025
16.1 C
Bhubaneswar

ଭୁବନେଶ୍ୱରରେ ବଲିଉଡ଼୍ ଅଭିନେତା ଅଫ୍‌ତାବ୍ ଶିବଦାସାନି, ଦର୍ଶକଙ୍କ ସହ ବାଣ୍ଟିଲେ ନିଜ ଚଳଚ୍ଚିତ୍ର ଅନୁଭୂତି

ଭୁବନେଶ୍ୱର : ଭୁବନେଶ୍ୱରରେ ବଲିଉଡ଼୍ ଅଭିନେତା ଅଫ୍‌ତାବ୍ ଶିବଦାସାନି, ଦର୍ଶକଙ୍କ ସହ ବାଣ୍ଟିଲେ ନିଜ ଚଳଚ୍ଚିତ୍ର ଅନୁଭୂତି । ଉତ୍କଳ କନିକା ଗ୍ୟାଲେରିଆ ମଲ୍‌, ନିଳାଦ୍ରି ବିହାର ଏବଂ ଜାଗମରାରେ ଥିବା ସେଲୁନ୍ ଗୁଡ଼ିକୁ ବଲିଉଡ଼୍ ଅଭିନେତା ଅଫତାବ୍ ଶିବଦାସାନି ଏବଂ ଇଣ୍ଡଲଜ୍ ପ୍ରତିଷ୍ଠାତା ସୁକିର୍ତ୍ତୀ ପଟ୍ଟନାୟକ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି । ଭୁବନେଶ୍ୱରରେ ଇଣ୍ଡଲଜ୍‌ର ୩ଟି ନୂତନ ସାଲୁନ୍ ଖୋଲାଯାଇଛି ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ଏହି ସାଲୁନ୍‌ର ଲଞ୍ଚି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅଫତାବ୍ ସମସ୍ତ ଉପସ୍ଥିତ ଦର୍ଶକଙ୍କ ସହ ନିଜ ଚଳଚ୍ଚିତ୍ର ଅନୁଭୂତି ବାଣ୍ଟିଥିଲେ । ତାଙ୍କର ଏହି ପାରସ୍ପରିକ ଅଧିବେଶନ ଆକର୍ଷଣୀୟ ଏବଂ ଅତ୍ୟନ୍ତ ପ୍ରେରଣାଦାୟକ ଥିଲା ।

ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ଖୋଲା ହୋଇଥିବା ସାଲୁନ୍‌ର ଫ୍ରାଞ୍ଚାଇଜ୍ ମାଲିକ ଲୀତା ପଟ୍ଟନାୟକ, ଜାଗମରା ସାଲୁନ୍‌ର ଅପର୍ଣ୍ଣା ସ୍ୱାଇଁ, ସ୍ୱପ୍ନା ସ୍ୱାଇଁ ଓ ନିଳାଦ୍ରି ବିହାର ସାଲୁନ୍‌ର ଗାଭାସ୍କର ସ୍ୱାଇଁ ଏହି ଭବ୍ୟ ମୁହୁର୍ତ୍ତରେ ଉପସ୍ଥିତ ଥିଲେ । ଏହି ଅବସରରେ ଅଫତାବ୍ ବିୟୁଟି ଇଣ୍ଡଷ୍ଟ୍ରିରେ ନୂତନ ଉଦ୍ୟୋଗୀଙ୍କ ଯୋଗଦାନ ସହ ଇଣ୍ଡଲଜ୍‌କୁ ପ୍ରଶଂସା କରିଥିଲେ । ଅନେକ ମହିଳା ଉଦ୍ୟୋଗୀଙ୍କ ପାଇଁ ପ୍ରେରଣା ହୋଇଥିବାରୁ ସେ ସୁକିର୍ତ୍ତୀ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିଲେ । ଆସନ୍ତା ଦୁଇ ବର୍ଷରେ ୩୦ଟି ନୂତନ ଆଉଟ୍‌ଲେଟ୍ ଖୋଲିବା ସହ ସୁକିର୍ତ୍ତୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ସୂଚନା ଦେଇଛନ୍ତି ।

- Advertisement -

ଇଣ୍ଡଲଜ୍‌ରେ ଆରମ୍ଭ ହୋଇଥିବା ଅତ୍ୟାଧୁନିକ ଉତ୍ପାଦ ଓ ଉତ୍କୃଷ୍ଟ ସେବା ନିମନ୍ତେ ମିଳିଥିବା ଜବରଦସ୍ତ ପ୍ରତିକ୍ରିୟା ପାଇଁ ସେ ଗ୍ରାହକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ନୂତନ ଫ୍ରାଞ୍ଚାଇଜ୍ ମାଲିକମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଉଦ୍ଭାବନ, ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ବିକାଶରେ ଇଣ୍ଡଲଜ୍ ଏକ ବ୍ରାଣ୍ଡ୍ ଭାବରେ ଆଗରେ ରହିଆସିଛି । ସେ ଇଣ୍ଡଲଜ୍ ଯାତ୍ରାର ଅଂଶ ହୋଇଥିବାରୁ ଆଫତାବଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories