www.samajalive.in
Saturday, December 6, 2025
26.1 C
Bhubaneswar

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା ; ଗୋବିନ୍ଦ ସାହୁର ଏ. ଡି. ଜେ କୋର୍ଟରେ ଆତ୍ମସମର୍ପଣ

କଣ୍ଟାବାଞ୍ଜି : ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ବିଚାର ବିଭାଗୀୟ ହାଜତ ଥାଇ ନିଜ ସ୍ତ୍ରୀ ଓ ପୁଅ ଅସୁସ୍ଥତା ପାଇଁ ଉଚ୍ଚ ନ୍ୟାୟ।ଳୟରେ ଜାମିନ ଆବେଦନ କରିଥିଲେ। ହାଇକୋର୍ଟ ଗୋବିନ୍ଦଙ୍କୁ ୧୪ ଦିନିଆ ସର୍ତ୍ତ ମୂଳକ ଜାମିନ ମଂଜୁର ପରେ, ଗୋବିନ୍ଦଙ୍କ ତରଫରୁ ଓକିଲ ଏ ଡି ଜେ କୋର୍ଟ ଜାମିନ ପାଇଁ ପିଟିସନ ଦାଖଲ ପରେ ଏ. ଡି. ଜେ.୭ଦଫା ସର୍ତ୍ତ ମୂଳକ ଓ ୨ ଜଣ ୫୦ଟଙ୍କା ବ୍ୟକ୍ତିଗତ ମୁଚାଳିକାରେ ୧୪ ଦିନ ପାଇଁ ସ୍ତ୍ରୀ ଓ ପୁଅର ଚିକିତ୍ସା ପାଇଁ ଜାମିନ ମଂଜୁର କରି ଜୁଲାଇ ମାସ ୨୨ତାରିଖରେ କୋର୍ଟରେ ଆତ୍ମ ସମର୍ପଣ ପାଇଁ ଆଦେଶ ଦେଇଥିଲେ । ଗୋବିନ୍ଦ ପୁଅର ଚିକିତ୍ସା ପାଇଁ ଭୁବନେଶ୍ୱର ଓ ସ୍ତ୍ରୀ ର ଚିକିତ୍ସା ବିଶାଖାପାଟଣାରେ କରାଇ ଏ ଡି ଜେ କୋର୍ଟରେ ଆତ୍ମ ସମର୍ପଣ କରିଥିବା ବେଳେ, ଏହି ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ସହଯୋଗୀ ରାଧେଶ୍ୟାମ ମଧ୍ୟ୍ୟ ୧୪ଦିନିଆ ରିମାଣ୍ଡରେ କଡା ସୁରକ୍ଷା ମଧ୍ୟରେ କୋର୍ଟରେ ହାଜର କରାଯାଇଥିଲା। ଅପରାହ୍ନରେ କୋର୍ଟରେ ହାଜିରା ପରେ ଉଭୟଙ୍କୁ କଣ୍ଟାବାଞ୍ଜି ସବ – ଜେଲକୁ ପଠାଇ ଦିଆଯାଇ ଥିବା ସରକାରୀ ଓକିଲଙ୍କ ସୂତ୍ରରୁ ଜଣା ପଡିଛି ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories