www.samajalive.in
Saturday, December 6, 2025
23.1 C
Bhubaneswar

ପ୍ରକୃତି ମିତ୍ର ପ୍ରାପ୍ତ ଅନୁଷ୍ଠାନକୁ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲାର ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ଜବାହାରଲାଲ ନେହେରୁ ଆଦିବାସୀ କ୍ଳବକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପ ଠାରେ ପ୍ରକୃତିମିତ୍ର-୨୦୨୨ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହି ପରିପ୍ରେକ୍ଷୀରେ ମାଝୀପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକୃତିବନ୍ଧୁ ଶ୍ରୀ ବିରଞ୍ଚି ନାରାୟଣ ଦାଶଙ୍କ ଆବାହକତ୍ୱରେ ଆଦିବାସୀ କ୍ଳବକୁ ସମ୍ବର୍ଦ୍ଧିତ କରିବାପାଇଁ ଅନୁଷ୍ଠିତ ସଭାରେ ଚଟୁଅନକା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ଜ୍ଞାନ ରଞ୍ଜନ ତାଣ୍ଡୀ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବରେ ସହଦେବ ମାଝୀ, ଥମିର ଛତ୍ରିଆ, ସଙ୍ଗୀତ ବଏ ଉପସ୍ଥିତ ଥିଲେ।ସର୍ବ ପ୍ରଥମେ ବିଦ୍ୟାଳୟ ତରଫରୁ ନବନିର୍ବାଚିତ ସରପଞ୍ଚଙ୍କୁ ଉପଢୌକନ ଓ ପୁଷ୍ପ ପ୍ରଦାନ କରାଯାଇଥିଲା। ତାପରେ କ୍ଳବର ସଭାପତି ଶ୍ରୀ ସହଦେଵ ମାଝୀଙ୍କୁ ପ୍ରକୃତିମିତ୍ର ପୁରଷ୍କାର ବାବଦକୁ ପ୍ରମାଣପତ୍ର ଓ କୋଡ଼ିଏ ହଜାର ଟଙ୍କା ମିଳି ଥିବାରୁ ଉପଢୌକନ ଓ ପୁଷ୍ପ ପ୍ରଦାନ କରାଯାଇଥିଲା। ପରିଶେଷରେ ଆଗାମୀ ବନମହୋତ୍ସବରେ ସାରା ପଞ୍ଚାୟତରେ ବୃକ୍ଷ ରୋପଣ କରିବାକୁ ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶ ଆହ୍ଵାନ ଦେଇଥିଲେ। ଶିକ୍ଷକ କିଶୋର ବରିହା ଧନ୍ୟବାଦ ଅର୍ପଣ କରିବା ପରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କ୍ଳବର ସଦସ୍ୟ ଡୋଳାମଣି ମାଝୀ, ବିଶିକେଶନ ମାଝୀ, ଦଶରଥ ମାଝୀ, ଜନ ମାଝୀ, କିଶୋର ମାଝୀ, ପୂର୍ଣ୍ଣଚନ୍ଦ୍ର ନିଆଲ ଆଦି ଉପସ୍ଥିତ ଥିଲେ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories