www.samajalive.in
Saturday, December 6, 2025
23.1 C
Bhubaneswar

ସମବାୟ ନିର୍ବାଚନ ; ସରିଲା ନାମାଙ୍କନ ପତ୍ର ଦାଖଲ

ହରଭଙ୍ଗା : ଚଳିତ ସମବାୟ ନିର୍ବାଚନକୁ ନେଇ ବର୍ତମାନ ହରଭଙ୍ଗା ବ୍ଲକରେ ରାଜନୈତିକ ଉଷ୍ମତା ଜୋର ଧରିଛି। ଡାଇରେକ୍ଟର ଚୟନ ପାଇଁ ବିଜେଡି/ବିଜେପି ସମର୍ଥୀତ ପ୍ରାର୍ଥୀ ମଧ୍ୟରେ ଟଣାଓଟାରାକୁ ଲକ୍ଷ୍ୟକଲେ ପଂଚାୟତ ନିର୍ବାଚନ ପ୍ରଭାବ ଏହି ନିର୍ବାଚନରେ ଅନୁଭବ କରି ହେଉଛି। ବ୍ଲକରେ ସମବାୟ ନିର୍ବାଚନ ପାଇଁ ମଇ ୩୦ ଏବଂ ଜୁନ୍ ୦୬ ତାରିଖ ଦୁଇଟି ପର୍ଯ୍ୟାୟରେ ନାମାଙ୍କନ ପତ୍ର ଦାଖଲ ସରିଥିବା ବେଳେ ଆସନ୍ତା ୧୯ ଏବଂ ୨୬ ତାରିଖ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ପାଇଁ ସମୟ ଧାର୍ଯ୍ୟ ହୋଇଛି। ପ୍ରକାଶ ଯେ ହରଭଙ୍ଗା ବ୍ଲକର ପୁରୁଣାକଟକ ସମବାୟ ବ୍ୟାଙ୍କ ଅଧିନରେ ହରଭଙ୍ଗା, କୁଶଙ୍ଗ, ଶଙ୍କୁଲେଇ, ବାଣିଭୁଷଣପୁର, ଆଡେଣିଗଡ, ପୁରୁଣାକଟକ, ଲୁଣିବାହାଲ, ତିଲେଶ୍ୱର, ରାମଗଡ, ସାମ୍ପୋଚ, ମଥୁରା ଏବଂ ସରସରା ଭଳି ୧୩ଟି ସମବାୟକେନ୍ଦ୍ର ରହିଛି ।
ସମବାୟ ସଭାପତି ଚୟନ ପାଇଁ ଚଳିତଥର ପ୍ରତି ସମବାୟ କେନ୍ଦ୍ରରୁ ୧୫ଜଣ ଲେଖାଏଁ ଡାଇରେକ୍ଟର ଚୟନ କରାଯିବ ଏବଂ ସେମାନେ ଜଣେ ଲେଖାଏଁ ସଭାପତିକୁ ଚୟନ କରିବେ। ପ୍ରତି କେନ୍ଦ୍ରରେ ରହିଥିବା ପଞ୍ଜିକୃତ ଚାଷୀଙ୍କ ଦ୍ୱାରା ପ୍ରଥମେ ଡାଇରେକ୍ଟର ଚୟନ କରାଯିବ। ମାତ୍ର ପଞ୍ଜିକୃତ ଚାଷୀଙ୍କ ମଧ୍ୟରୁ ସାଧାରଣ ଚାଷୀଙ୍କ ସଂଚୟ ଖାତାରେ ସର୍ବନିମ୍ନ ୫ଶହ ଟଙ୍କା ଏବଂ ଅନୁସୂଚିତଜାତି / ଅନୁସୂଚିତ ଜନଜାତି ବର୍ଗର ଚାଷୀଙ୍କ ପାଇଁ ସଂଚୟ ଖାତାରେ ସର୍ବନିମ୍ନ ଶହେ ଟଙ୍କା ଥିବା ଚାଷୀ ହିଁ ଡାଇରେକ୍ଟରଙ୍କୁ ନିର୍ବାଚିତ ପାଇଁ ଭୋଟର ଭାବେ ମତଦାନ କରିପାରିବେ। ଡାଇରେକ୍ଟର ଚୟନ ପରେ ସେଥିରୁ ଜଣଙ୍କୁ ସମବାୟ ସଭାପତି ଭାବେ ଚୟନ କରାଯିବ।
ମାତ୍ର ବର୍ତମାନ ପଂଚାୟତ ନିର୍ବାଚନ ନିକଟରେ ସରିଥିବାରୁ ଏହାର ପ୍ରଭାବ ମଧ୍ୟ ସମବାୟ ନିର୍ବାଚନରେ ପଡିଥିବା ଦେଖିବାକୁ ମିଳିଛି।ସାଧାରଣ ଡାଇରେକ୍ଟର ପଦବୀ ପାଇଁ ଗୋଟିଏ ଗୋଟିଏ କେନ୍ଦ୍ରରୁ ୨ରୁ ୪ଜଣ ନାମାଙ୍କନ ପତ୍ର ଦାଖଲ କରିବା ଚଳିତ ସମବାୟ ନିର୍ବାଚନକୁ ଉଷ୍ମତା କରିଛି। ଏହି ନିର୍ବାଚନରେ ମଧ୍ୟ ବିଜେଡି/ବିଜେପି ସମର୍ଥୀତ ଡାଇରେକ୍ଟର ପ୍ରାର୍ଥୀକୁ ନେଇ ସବୁଠି ରାଜନୈତିକ ଟଣାଓଟରା ଦେଖିବାକୁ ମିଳିଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories