ବିଶ୍ବ ପରିବେଶ ଦିବସ: ସୁସ୍ଥ ପରିବେଶ ଗଠନ କରିବାକୁ ଆହ୍ବାନ

କଣ୍ଟାବାଞ୍ଜି: ବିଶ୍ୱ ପରିବେଶ ଦିବସ ଅବସରରେ ବିଭିନ୍ନ ସଂଗଠନ, ସରକାରୀ ଓ ବେସରକାରୀ ସଂସ୍ଥା ପକ୍ଷରୁ ବିବିଧ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସେହିପରି ବେହେରେନସିଲେଟ ଆମ୍ବେଦକର ଯୁବକ ସଂଘ ପକ୍ଷରୁ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ସଂଘ ସଭାପତି ରୋହନ କୁମାର ମହତଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆମ୍ବଗଛ, ବରଗଛ, ପିପଲ ଗଛ, ଲିମ୍ବଗଛ ସହ ଅନେକ ବିଭିନ୍ନ ପ୍ରକାର ୧୦୦ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରାଯିବା ସହ ଗାଁ ଲୋକଙ୍କୁ ବୃକ୍ଷ ରୋପଣ କରିବାକୁ ସଚେତନ କରାଯାଇଥିଲା।

 

prayash

ଏହି କାର୍ଯ୍ୟକ୍ରମରେ ସଂଘ ସମ୍ପାଦକ ମନୋଜ ତାଣ୍ଡି, ସଦସ୍ୟ ଭିଷ୍ମ ଜାଲ, ମୋହନ ସୁନା, ସୁମନ ମହତ, କେଦାର ସୁନା, ରାଜେଶ ମହାନନ୍ଦ, ଦୁର୍ଗେ ତାଣ୍ଡି, ରାହୁଲ ମହତ, ସୁଦାମ ସୁନା, ମିଳନ ସୁନା ସହ ଅନ୍ୟ ସଦସ୍ୟ ମାନେ ପ୍ରମୁଖ ଉପସ୍ଥିତ ଥିଲେ। ଏନେଇ ସଂଘ ର ସଭାପତି କୁମାର ରୋହନ ମହତ କହିଛନ୍ତି ଯେ ଗତ ୧୯୯୯ ମହାବାତ୍ୟାଠାରୁ ଆରମ୍ଭ କରି ଫଣି ପର୍ଯ୍ୟନ୍ତ ପରିବେଶକୁ ଅନେକ ବାତ୍ୟା ଓ ପ୍ରାକୃତିକ ବିପର୍ୟ୍ୟୟର ସମ୍ମୁଖିନ ହେବାକୁ ପଡଛି। ଏହାର ପ୍ରଭାବରେ ଅନେକ ବୃକ୍ଷ ଲତା ଭାଙ୍ଗି ନଷ୍ଟ ହୋଇଥିବା ନଜିର ରହିଛି। ଏହା ଛଡ଼ା ଗାଡି, ମୋଟର, କଳକାରଖାନ ଧୂଆଁର ପ୍ରଭାବରେ ପରିବେଶର ଅବସ୍ଥା ମଧ୍ୟ ଦିନକୁଦିନ ବିଗିଡ଼ିବାରେ ଲାଗିଛି, ଯାହାକି ଜୀବଜଗତ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି। ବର୍ତ୍ତମାନ ସମୟରେ ଅଧିକ ଚାରା ରୋପଣ କରିବା ସହ ଏକ ସୁସ୍ଥ ପରିବେଶ ଗଠନ କରିବା ନିହାତି ଭାବରେ ଆବଶ୍ୟକ ବୋଲି ସେ କହିଛନ୍ତି।

kalyan agarbati

Comments are closed.