କଣ୍ଟାବାଞ୍ଜି :କଣ୍ଟାବାଞ୍ଜି ସବ ଡିଭିଜନ ଅନ୍ତର ଗତ କଣ୍ଟାବାଞ୍ଜି ସହର, ମୁରିବାହାଲ, ବଙ୍ଗୋମୁଣ୍ଡା, ତୁରେକେଲା ଅଞ୍ଚଳରେ ଆଜି ଭାରତୀୟ ଦୂର ସଞ୍ଚାର ନିଗମ(ବିଏସଏନଏଲ) ଫୋନ ଓ ଇଣ୍ଟରନେଟ ସେବା ମିଳିଲା ନାହିଁ। ଫୋନ ଓ ଇଣ୍ଟରନେଟ ସେବା ନ ମିଳିବାରୁ ଉପଭୋକ୍ତାମାନେ ବହୁଅସୁବିଧାର ସମ୍ମୁଖୀହ୍ନ ହୋଇଛନ୍ତି। ସେହିପରି ବିଭିନ୍ନ ବ୍ୟାଙ୍କ ସେବା ସହ ସରକାରୀ ଦପ୍ତର, ତହସିଲ କାର୍ୟ୍ୟାଳୟ, ଟ୍ରେଜେରି କାର୍ୟ୍ୟାଳୟ ନେଟ ସେବା ଯୋଗାଇ ଦେଉ ଥିବା ଓସୱାନ ବ୍ରଡ଼ବ୍ୟାଣ୍ଡ ସେବା ଅଚଳ ଯୋଗୁ ସରକାରୀ କାର୍ଯ୍ୟ ସମ୍ପୂର୍ଣ ବ୍ୟାଘାତ ହୋଇଥିବା ବିଭାଗୀୟ କାର୍ୟ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଏ ସଂକ୍ରାନ୍ତରେ ତୁରନ୍ତ ଦୂରସଞ୍ଚାର ବିଭାଗୀୟ ସିଜିଏମ ଏହାର ବିହିତ ପଦକ୍ଷେପ ନେବାକୁ ଦୃଢ଼ ଦାବୀ ହେଉଛି।
Popular Categories



