www.samajalive.in
Monday, December 15, 2025
26.1 C
Bhubaneswar

କରଞ୍ଜକଟା:୮ଦିନରେ ୨ ଦୋକାନ ଓ ଗୋଟିଏ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଚୋରି

ହରଭଙ୍ଗା:ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ କରଞ୍ଜକଟା ଗ୍ରାମରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଗତ ୮ଦିନ ମଧ୍ୟରେ ଗ୍ରାମର ଦୁଇଟି ଦୋକାନରୁ ଏବଂ ଗୋଟିଏ ବିଦ୍ୟୁ୍ତ୍ ଟ୍ରାନ୍ସଫର୍ମର ଚୋରି ହୋଇଥିବା ଅଭିଯୋଗ ହୋଇଛି।ସୂଚନା ଅନୁସାରେ ଗତ ୪ତାରିଖ ଦିନ କଂରଜକଟାସ୍ଥିତ ଅମିତ ସାମଲଙ୍କ ଜନସେବା କେନ୍ଦ୍ରରୁ ଲାପଟପ୍, ସ୍କାନର ଭଳି ଦାମୀ ସାମଗ୍ରୀ ଚୋରି ହୋଇଥିଲା। ଏହାର ଠିକ୍ ଆଠଦିନ ନପୂରୁଣୁ କୃପାସିନ୍ଧୁ ସାହୁଙ୍କ ଗ୍ରୋସରୀ ଦୋକାନରୁ ଟଙ୍କା ସହ ଜିନିଷପତ୍ର ଚୋରି ହୋଇଥିଲା। ଶେଷରେ ନିକଟସ୍ଥ ଏମ.ଇସ୍କୁଲ ପାଖରେ ଥିବା ଏକ ବିଦ୍ୟୁ୍ତ୍ ଟ୍ରାନସଫର୍ମର ମଧ୍ୟ ଚୋରି ଘଟିଥିବା ଜଣାପଡିଛି। ଏ ବାବଦରେ ଅମିତ ସାମଲ ଏବଂ ବିଦ୍ୟୁତ୍ ବିଭାଗ ପକ୍ଷରୁ ପୁରୁଣାକଟକ ଥାନାରେ ଏତେଲା ମଧ୍ୟ ଦିଆଯାଇଛି।

ସୂଚନା ଥାଉ କି ପୁରୁଣାକଟକ ଥାନା ଅର୍ନ୍ତଗତ ଚାରିଛକ ବଜାର ଏବଂ ସାପ୍ତାହିକ ହାଟରୁ ନିୟମିତ ଚୋରି ଘଟଣା ବୃଦ୍ଧି ପାଉଥିବାବେଳେ ସମ୍ପ୍ରତି ଏବେ ଏହା କଂରଜକଟା ଭଳି ଗ୍ରାମାଚଂଳକୁ ବ୍ୟାପିବାରେ ଲାଗିଛି।ମାତ୍ର ଏଥିପ୍ରତି ସ୍ଥାନିୟ ପୁଲିସ ଆଦୌ ଚିନ୍ତାପ୍ରକଟ କରୁନଥିବାରୁ ସାଧାରଣଜନତା ମଧ୍ୟରେ ପୁଲିସର କାର୍ଯ୍ୟଶୈଳୀ ଉପରେ ଅସନ୍ତୋଷ ପ୍ରକାଶ ପାଇଛି।ତୁରନ୍ତ ଏ ଦିଗରେ ଜିଲ୍ଲାଆରକ୍ଷୀ ଅଧିକ୍ଷକ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।

- Advertisement -

 

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories