www.samajalive.in
Monday, December 15, 2025
27.1 C
Bhubaneswar

ଜାତୀୟସ୍ତରୀୟ ଖୋଖୋ ପ୍ରତିଯୋଗିତା, ଗୁଜରାଟକୁ ହରାଇ ଓଡ଼ିଶା ଚାମ୍ପିଅନ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳବାଇ ଖେଳପଡିଆଠାରେ ଗତ ଦୁଇ ଦିନ ଧରି ଚାଲିଥିବା ଜାତୀୟ ସ୍ତରୀୟ ୭ ବ୍ଲକ ଖୋଖୋ ପ୍ରତଯୋଗିତାରେ ଗୁଜରାଟକୁ ହରାଇ ଓଡ଼ିଶା ଚାମ୍ପିଅନ ହୋଇଛି। ଉଦଯାପନୀ ଉତ୍ସବରେ ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଲେ ସମ୍ନାନିତ ଅତିଥି ଭାବେ କଂଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ତୁରେକେଲା ସରପଂଚ ସଂଘ ସଭାପତି ଜଳନ୍ଧର ମହାକୁଡ, କାର୍ଯ୍ୟକାରୀ ସଭାପତି ସନ୍ତୋଷ ଅଗ୍ରୱାଲ, ମୁଖ୍ୟ ସଂଯୋଜକ ସୁଭେନ୍ଦ୍ର ମହାନ୍ତି, ସାଧାରଣ ସମ୍ପାଦକ ଚିନ୍ମୟ ଯୋଶୀ, ଓଡିଶା ୭ବ୍ଲକ ଖୋଖୋ ସଂଘ ସାଧାରଣ ସଂପାଦକ ସନ୍ତୋଷ ପାଲ, ଜାତୀୟ ୭ବ୍ଲକ ଖୋଖୋ ସଂଘ ସାଧାରଣ ସଂପାଦକ ବିଜୟାନନ୍ଦ ମହାପାତ୍ର ପ୍ରମୁଖ ମଂଚାସୀନ ରହିଥିଲେ । ଆଜିର ଫାଇନାଲ ଖେଳ ପୁରୁଷ ଗୁଜରାଟ ଏବଂ ଓଡିଶା ମଧ୍ୟରେ ହୋଇଥିବା ବେଳେ ଓଡିଶା ଦଳ ଏଥିରେ ବିଜୟ ହାସଲ କରି ଚାମ୍ପିଅନ ହୋଇଛି । ସେହିପିର ମହିଳା ଓଡିଶା(ୱେଷ୍ଟ) ଏବଂ ଓଡିଶା (ସି) ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଓଡିଶା ( ୱେଷ୍ଟ) ଫାଇନାଲରେ ବିଜୟ ହାସଲ କରିଛି। ତେବେ ମୁଖ୍ୟ ଅତିଥି ଶ୍ରୀ ମହାଳିଙ୍ଗଙ୍କ ଦ୍ୱାରା ଦୁଇ ଦଳକୁ ଟ୍ରଫି ସହ ମାନ ପତ୍ର ଦେଇ ସମ୍ନାନିତ କରାଯାଇଥିଲା। ତେବେ ବଲାଙ୍ଗୀର ଜିଲ୍ଲାର କଂଟାବାଞ୍ଜି ଭଳି ସ୍ଥାନରେ ଏଭଳି ଖେଳ ଆୟୋଜିତ ହୋଇଥିବାରୁ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଆଗାମୀ ଦିନରେ କ୍ରୀଡ଼ା ଭିତ୍ତିଭୂମି ଉପରେ ନଜର ଦିଆଯିବ ଏବଂ ଏଭଳି ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଏହି ୭ବ୍ଲକ ଖୋଖୋ ଖେଳ ପରିଚାଳନାରେ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories