କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ସହରର ରୋୟାଲ ତୁଲିପ ହୋଟେଲରେ ଛଅ ମିନିଟର ବଲାଙ୍ଗୀର ଜିଲ୍ଲା ଉପରେ ନିର୍ମିତ ଡକ୍ୟୁମେଣ୍ଟାରି ଫିଲିମର ଶୁଭ ଉନ୍ମୋଚନ ହୋଇଯାଇଛି। ଉନ୍ମୋଚନ ଉତ୍ସବରେ ମୁଖ୍ୟଅତିଥି ଭାବରେ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ, ସମ୍ମାନିତ ଅତିଥି ଭାବରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଜିତେନ୍ଦ୍ର ମିଶ୍ର, ବିଜୁ ଜନତା ଦଳ ଜିଲ୍ଲା ସଂପାଦକ ଫିରୋଜ ଖାନ ଉପସ୍ଥିତ ଥିଲେ। କଣ୍ଟାବାଞ୍ଜିର ବ୍ୟବସାୟୀ ସଞ୍ଜୟ ଅଗ୍ରୱାଲଙ୍କ ୧୮ ବର୍ଷୀୟ ଯୁବକ ସିଦ୍ଧାନ୍ତ ଅଗ୍ରୱ।ଲ ଛାତ୍ର ଅବସ୍ଥାରୁ ଫିଲ୍ମ ତିଆରି ଦିଗରେ ଅଗ୍ରସର ହେଉଥିବାରୁ ଉପସ୍ଥିତ କଳାପ୍ରେମୀ ଆଶିର୍ବାଦ ପ୍ରଦାନ କରିଥିଲେ। ସାରା ରାଜ୍ୟରେ ଥିବା କଳା, ଐତିହ୍ୟ, ସ୍ଥାପତ୍ୟକୁ ନେଇ ଆଗାମୀ ଦିନରେ ଡକ୍ୟୁମେଣ୍ଟାରି ଫିଲ୍ମ ତିଆରି କରିବାକୁ ଆଗ୍ରହୀ ବୋଲି ସିଦ୍ଧାନ୍ତ କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଜୟ ମିଶ୍ର, ବିଜୟ ବଂସଲ, ବିରଞ୍ଚି ନାରାୟଣ ଦାଶ ସମେତ ଅନେକ କଳାପ୍ରେମୀ ଯୋଗଦେଇଥିଲେ।
Popular Categories



