www.samajalive.in
Thursday, December 11, 2025
18.1 C
Bhubaneswar

ବାପାର ଗୁଳିମାଡରେ ପୁଅ ମୃତ

ଭୁବନେଶ୍ବର/ନନ୍ଦନକାନନ: ବାଇଗଣ ତୋଳା ବିବାଦରୁ ପୁଅକୁ ଗୁଳିକରି ‌ହତ୍ୟା କରିଛି ବାପା। ଘଟଣା ପରେ ବାପା ଫେରାର ହୋଇଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ବାରଙ୍ଗ ଥାନା ଅନ୍ତର୍ଗତ ବେଣ୍ଟୁଆରେ। ବାପା ଯଦୁମଣି ମୁଣ୍ଡା ନିଜ  ପୁଅ ଶିବ ମୁଣ୍ଡାକୁ ଏକ ଦେଶୀ ବନ୍ଧୁକରୁ ଗୁଳିକରି ‌ହତ୍ୟା କରିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇବା ସହ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ବରିଷ୍ଠ ପୁଲିସ ଅଧିକାରୀମାନେ ମଧ୍ୟ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।
ପ୍ରକାଶ ସେ ବେଣ୍ଟୁଆ ଗାଁ (ବର୍ତ୍ତମାନ କଲ୍ୟାଣୀନଗର)ରେ ୩୦ ଆଦିବାସୀ ପରିବାର ବସବାସ କରନ୍ତି। ବର୍ଷାଦିନେ ପାହାଡ ତଳେ ବିଭିନ୍ନ ପ୍ରକାର ପରିବା ଚାଷ କରିଥାନ୍ତି। ଅଭିଯୁକ୍ତ ଯଦୁମଣି ପରିବାର ସହ ମିଶି ବାଇଗଣ ଚାଷ କରିଥିଲେ। ଶୁକ୍ରବାର ବାଇଗଣ ତୋଳାକୁ ନେଇ ପରିବାରରେ ଝଗଡା ହୋଇଥିଲା। ଯଦୁମଣି ଘରୁ ବାହାରିଯିବା ପରେ ଅପରାହ୍ନରେ ନିଶାସକ୍ତ ଅବସ୍ଥାରେ ଫେରି ପୁନର୍ବାର ଝଗଡା ଆରମ୍ଭ କରିଥିଲେ। ଏପରିକି ପରିବାର ଲୋକଙ୍କୁ ମାରଧର କରିଥିଲେ। ଏକ ଘରୋଇ ବିଦ୍ୟାଳୟରେ ପଢୁଥିବା ପୁଅ ଶିବ ଆସି ବାପାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଉତ୍ତ୍ୟକ୍ତ ଯଦୁମଣି ଘରେ ରଖିଥିବା ଏକ ଦେଶୀ ବନ୍ଧୁକ ଆଣି ଅତି ନିକଟରୁ ଶିବଙ୍କ ଉପରକୁ ଦୁଇଟି ଗୁଳି ଚଳାଇଥିଲେ। ଦୁଇଟିଯାକ ଗୁଳି ଶିବଙ୍କ ଛାତିରେ ଲାଗିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଶିବଙ୍କ ମୃତ୍ୟୁ ଘଟିଥିଲା। ପୁଅକୁ ହତ୍ୟା କରିବା ପରେ ଯଦୁମଣି ଘଟଣାସ୍ଥଳରୁଫେରାର ହୋଇଯାଇଥିଲେ। ଖବର ପାଇ ବାରଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପଶୁ ଶିକାର ପାଇଁ ଥିଲା ବନ୍ଧୁକ
ବେଣ୍ଟୁଆ ଏକ ପାହାଡଘେରା ଆଦିବାସୀ ଗାଁ େହାଇଥିବାରୁ ଏଠାକୁ ସନ୍ଧ୍ୟା େହଲେ ଜଙ୍ଗଲୀ ପଶୁ ଆସିଥାନ୍ତି। ବିଶେଷ କରି ବାରହା ଓ ହରିଣ ଶିକାର ଲାଗି ବନ୍ଧୁକ ବ୍ୟବହାର କରିଥାନ୍ତି। ବାରହା ଓ ହରିଣ ଶିକାର କରି ଆଖପାଖ ଅଞ୍ଚଳରେ ବିକ୍ରି କରିଥାନ୍ତି। ଏଠାରେ ପ୍ରାୟ ସମସ୍ତଙ୍କ ଘରେ ଏପରି ଦେଶୀ ବନ୍ଧୁକ ଥିବା କୁହାଯାଉଛି। ପୁଲିସ ସବୁ ଜାଣୁଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ସ୍ଥାନୀୟ ଲୋକେ ଅଭିେଯାଗ କରିଛନ୍ତି। ତେବେ ଏମାନଙ୍କୁ କିଏ ବନ୍ଧୁକ ବିକ୍ରି କରୁଛି, କେଉଁଠୁ ଆସୁଛି ସେ ଦିଗରେ ତଦନ୍ତ କରାଯିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Hot this week

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

Related Articles

Popular Categories