ରେଙ୍ଗାଲିକ୍ୟାମ୍ପ: ଆଜି ତିନି ଜଣ ଅସାଧୁ ଚୋର କାରରୁ ଡିଜେଲ ଚୋରି କରିଥିବା ବେଳେ ଅତାବିରା ପୁଲିସ ହାତରେ ଧାରା ପଡ଼ିଛନ୍ତି ।ପୋଲିସ ସୂତ୍ରରୁ ଜଣା ପଡ଼ିଛି ଅତାବିରାରେ ଅନେକ ଦିନରୁ କାର,ଟ୍ରକ୍ ଆଦିରୁ ଡିଜେଲ ଚୋରି ହେବା ଘଟଣା ଘଟି ଚାଲିଥିଲା। ଅପରାଧୀ ମାନେ ଗୋଟିଏ ପରେ ଗୋଟିଏ ଠିକଣା ଜାଗାରୁ ଏହିପରି ଡିଜେଲ ଚୋରି କରି ଆସୁଥିଲେ। ସମ୍ବଲପୁର ଧନୁପାଲିରୁ ଗୌଶାଲା, ଗୋଡଭଗା, ସରଣ୍ଡା, ଆନ୍ଧ୍ର କଲ୍ୟାଣ ମଣ୍ଡପ ଓ ବରାଗୁଡ଼ା ଟୋଲଗେଟ ପର୍ୟ୍ୟନ୍ତ ବିଭିନ୍ନ ରାଜ୍ୟରୁ ଆସୁଥିବା ଟ୍ରକ୍ ଗୁଡ଼ିକ ଅଟକି ରହିଥିବା ବେଳେ ଏକ ସେଣ୍ଟ୍ରକ୍ଷ ଗାଡ଼ିରେ ଆସି ଡିଜେଲ ଚୋରି କରି ଆସୁଥିଲେ।
କିନ୍ତୁ ଆଜି ଦୀର୍ଘ ବର୍ଷ ପରେ ରେଙ୍ଗାଲି କ୍ୟାମ୍ପ ପଦେବାହାଲ ମଝିରେ ଏକ କାର ନଂ: ଓଆର୧୫ଇ୧୮୦୦ ସହ ୨୦୦ଲିଟର ଡିଜେଲ ଓ ଅଭିଯୁକ୍ତ ତିନି ଜଣ ଅତାବିରା ଥାନା ଅଧିକାରୀ ଦିଲିପ୍ ବେହେରା, ଏ ଏସ ଆଇ ମହେନ୍ଦ୍ର ତାଣ୍ଡି ତଥା ପାଞ୍ଚ ଜନ ସ୍କ୍ୱାର୍ଡ ପୋଲିସ ହାତରେ ଆଜି ଧରାପଡ଼ିଛନ୍ତି। ସେଇ ଡିଜେଲ ଚୋର ମାନେ ହେଲେ ସମ୍ବଲପୁର ବଇଝକ୍ଷ ମୁଣ୍ଡାର କୁନୁ ବେହେରା,ରଘୁନାଥ ପାଳିର ରାଜେନ୍ଦ୍ର ନାଗ ଓ ବରଗଡ଼ ଜିଲ୍ଲା ରେମୁଣ୍ଡାର ବିଳାସ କୁମାର ସାହୁ।ଏମାନଙ୍କ ନାମରେ କେସ ନଂ ୨୫୫ରେ ଏକ ମାମଲା ରୁଜୁ ହୋଇ ଭାରତୀୟ ପେନାଲ୍ କୋର୍ଟ ଧାରା ୩୭୯,୪୧୧ଓ୩୪ଧାରାରେ କୋର୍ଟ ଚାଲାଣ କରାଯାଇଛି।



