www.samajalive.in
Monday, December 8, 2025
27.1 C
Bhubaneswar

ଐତିହାସିକ ପରିଚୟ ଥିବା ଝୋଲେନ ପୋଲ ରହିବ ନା ନାହିଁ ସଂଦେହ !

କୁଚିଣ୍ଡା : ବ୍ରିଟିଶ ଶାସନ ଅମଳରେ ନିର୍ମାଣ ହୋଇଥିବା ଝୁଲେନ ପୋଲରେ ଗତ ରାତ୍ରରେ ଟ୍ରକ ଦୁର୍ଘଟଣା ଯୋଗୁଁ ଭୁଷୁଡିବା ପରେ କୁଚିଣ୍ଡା ଉପଖଣ୍ଡୀୟ ମହକୁମାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ସମେତ ଜିଲା ମହକୁମା, ରାଜଧାନୀ ଆଦି ଠାରୁ ବିଛିନ୍ନ ହୋଇଥିବା ବେଳେ ପ୍ରାୟ ୧୦ଘଣ୍ଟା ବ୍ୟବଧାନ ପରେ ପ୍ରଶାସନ ନିର୍ମାଣଧିନ ଥିବା ବାଇପାସ ରାସ୍ତାକୁ ଖୋଲା କରି ଯାତାୟତ ସ୍ୱଭାବିକ କରିଥିବା ଦେଖାଯାଇଛି । ଅନ୍ୟପକ୍ଷରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଟ୍ରକର ଚାଳକକୁ ପ୍ରଶାସନ ଦୀର୍ଘ ୧୧ଘଣ୍ଟା ବ୍ୟବଧାନ ପରେ ଆଜି ଉଦ୍ଧାର କରିବାରେ ସକ୍ଷମ ହୋଇଥିବା ଜଣାଯାଇଛି ।

ବ୍ରିଟିଶ ଅମଳରେ ପ୍ରାୟ ୧୮୯୦ରୁ ୧୮୯୫ ମସିହାରେ ଖରଲା ନଦୀରେ ଝୋଲେନ ପୋଲ ନିର୍ମିାଣ ହୋଇଥିଲା। ଚଣ୍ଡିଖୋଲ ଠାରୁ କନକତୋରାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥକୁ ୨୦ବର୍ଷ ତଳେ କେନ୍ଦ୍ର ସରକାର ଜାତୀୟ ରାଜପଥର ମାନ୍ୟତା ପରେ ରାସ୍ତାର ଗୁରୁତ୍ୱ ବୃଦ୍ଧି ପାଇଥିଲା । ସେହି ବର୍ଷ ଠାରୁ ଏଠାକୁ ମାଲବାହୀ ଯାନ ଚଳାଚଳ ସଂଖ୍ୟା ବୃଦ୍ଧି ପାଇଥିଲା । ସହରର ପ୍ରବେଶ ପଥରେ ଥିବା ଏହି ବ୍ରିଟିସ ଅମଳର ସଂକିର୍ଣ୍ଣ ଲୁହା ପୋଲ ଓ ସହରର ଭେଡେନ ନଦୀରେ ଥିବା ସଇଡାସ୍ଥ ପୋଲ ଦେଇ ସମସ୍ତ ଗାଡି ଯାତାୟତ କରିବା ଯୋଗୁଁ ପୋଲର ସ୍ଥାୟିତ୍ୱ ନେଇ ନାନା ଆଶଙ୍କା ପ୍ରକାଶ ପାଉଥିଲା । ଲୁହା ପୋଲ ଉପରେ ପ୍ରତିଦିନ ଭାରି ଯାନା ଚଳାଚାଳ ଯୋଗୁଁ କମ୍ପନ ହେବା ସହ ଭୟ ଜାତ ହେଉଥିଲା ।

- Advertisement -

ଗତକାଲି ରାତ୍ର ପ୍ରାୟ ୯ଟା ୩୦ମିନିଟରେ କେନ୍ଦୁଝର ଅଞ୍ଚଳରୁ ଲୁହାପଥର ବୋଝେଇ କରି ୧୬ଚକିଆ ଗାଡିଟି ଭୋଜପୁର ପଟୁ ଦ୍ରୁତ ବେଗେରେ ଆସି ପୋଲକୁ ଅତିକ୍ରମ କରିବାକୁ ଉଦ୍ୟମ କରିଥିବା ପ୍ରତ୍ୟକ୍ଷଦର୍ଶିଙ୍କ ସୂତ୍ରରୁ ପ୍ରକାଶ । ମାତ୍ର ଚାଳକ ଗାଡିର ନିୟନ୍ତ୍ରଣ ରଖିନପାରିବା ଏବଂ ପ୍ରଥମେ ହମ୍ପ୍ସରେ ଦ୍ରୁତ ବେଗରେ ଚଢି ପୋଲକୁ ଯାଇଥିଲା । ମାତ୍ର ପୋଲର ମଧ୍ୟ ଭାଗରେ ଡାହାଣ ପଟ ବାଡକୁ ଧକ୍କା ଦେଇ ପୋଲ ତଳକୁ ଟ୍ରକଟି ପଡିଯାଇଥିଲା । ଫଳରେ ବାଡରେ ଗାଡିର ଚାପ ହେବା ଓ ପୋଲର ସ୍ଲାପ ଅଂଶ ଟାଣି ହୋଇ ମୂଖ୍ୟ ପିଲରୁ ପୋଲ ଖସି (ଡିସଲୋକେଟ) ଯାଇଥିବା କୁହାଯାଉଛି । ମାଲ ବୋଝେଇ ଟ୍ରକର ଓଜନ ପ୍ରାୟ ୪୮ଟନ ରହିଥିବା ବେଳେ ଗତିଶିଳ ଅବସ୍ଥାରେ ଦୁର୍ଘଟଣା ହୋଇ ଏକପାଖିଆ ହୋଇ ପଡିଯିବାରୁ ପୋଲ ଭୁଷୁଡି ପଡିଥିବା ଅନୁମାନ କରାଯାଉଛି । ଦୁର୍ଘଟଣା ପରେ ପରେ ଗତକାଲି ରାତ୍ରରେ ଦୁର୍ଘଟଣା ଗ୍ରସ୍ତ ଗାଡିରୁ ହେଲପର ବିଜୟ ମୁଣ୍ଡାକୁ ଉଦ୍ଧାର କରି କୁଚିଣ୍ଡା ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତାର ଅବସ୍ଥା ଠିକ ଥିବା କୁହାଯାଉଛି । ହେଲପରର ଘର ସୁନ୍ଦରଗଡ ଜିଲା ଚକ୍ରାମାଲ ଗାଁର ବୋଲି ଜଣାଯାଇଛି ।  ଗତକାଲି ରାତ୍ରରେ ଟ୍ରକଟି ଝୁଳା ଅବସ୍ଥାରେ ପଡି ରହିବା ଓ ଡ୍ରାଇଭର ଷ୍ଟିଅରିଂରେ ଚାପି ହୋଇ ରହିଥିବା ଯୋଗୁଁ ଉଦ୍ଧାର କରିବା ସମ୍ଭବ ହୋଇନଥିଲା । ବିଳମ୍ବିତ ରାତ୍ରରେ ଲାଇଟ ଲଗେଇ କଟର ସହକାରେ କାଟି ଉଦ୍ଧାର ପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ ଆଜି ସକାଳେ ଉଦ୍ଧାର କରାଯାଇଥିଲା । ପ୍ରାୟ ୧୧ଘଣ୍ଟା ଧରି ବହୁ ସତର୍କତା ସହ କଟରରେ କାଟି ଚାଳକକୁ ଉଦ୍ଧାର କରାଯାଇଥିବା ଜଣାଯାଇଛି । ଚାଳକର ନାମ ଭରତ ବାଘ (୩୦)ବର୍ଷ ଏବଂ ତାର ଘର ସୁନ୍ଦରଗଡ ଜିଲା ଗଡଗଲ ବାହାଲ ବୋଲି କୁହାଯାଇଛି । ତାର ଗୋଡ ଭାଙ୍ଗିଥିବା ବେଳେ କୁଚିଣ୍ଡା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି । ଗତରାତ୍ରରୁ ଲାଡ ଦେଇ ନିର୍ମାଣଧିନ ଥିବା ବାଇପାସ ରାସ୍ତା ଉପରେ ମାଟି, ଗେଟି ଆଦି ପକେଇ ଅସ୍ଥାୟୀ ଭାବେ ଯାତାୟତ ଉପଯୋଗୀ କରାଯାଇ ସକାଳେ ଗାଡି ଛାଡିଥିବା ଦେଖାଯାଇଛି । ଏହି ଐତିହାସିକ ପୋଲକୁ ଦେଖିବାକୁ ଗତ ରାତ୍ରରୁ ଭିଡ ରହିଥିବା ଦେଖାଯାଉଛି । ପୁଲିସ ଉଭୟ ପଟୁ ଜଗି ରହିଥିବା ବେଳେ ଲୋକେ ଭଗ୍ନ ଅଞ୍ଚଳ ଦେଖି ଫେରୁଥିବା ଜଣାଯାଇଛି । ତେବେ ୧୨୬ବର୍ଷର ପୁରୁଣା ପୋଲର ସ୍ଥାୟିତ୍ୱ ନେଇ ଏବେ ନାନା ସଂଦେହ ଦେଖାଦେଇଛି । ସେହି ପୋଲ ପୁରୁଣା କଳା କୌଶଳରେ ନିର୍ମାଣ ହୋଇଥିବା ଯୋଗୁଁ ଉକ୍ତ ପୋଲ ବଦଳରେ ନୂତନ କରିବା ବା ବାଇପାସ ରାସ୍ତାକୁ ଭରସା କରି ରହିବ ତାକୁ ନେଇ ନାନା ଚର୍ଚ୍ଚା ଯୋର ଧରିଛି ।

ଜିଲାପାଳ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଦୁର୍ଘଟଣା ଅଞ୍ଚଳ ପରିଦର୍ଶନ

ଆଜି ମଧ୍ୟାହ୍ନରେ ସମ୍ବଲପୁର ଜିଲାପାଳ ଶୁଭମ ସକ୍‌ସେନା ସମେତ ଜିଲା ଆରକ୍ଷୀ ଅଧିକ୍ଷକ ବି. ଗଙ୍ଗାଧର, କୁଚିଣ୍ଡା ଉପଜିଲାପାଳ ଆଦିତ୍ୟ ଗୋଏଲ, ଜାତୀୟ ର।ଜପଥ ଝାରସୁଗୁଡା ଯନ୍ତ୍ରୀ ଶୀବବ୍ରତ ତରିଆ, ଉପଖଣ୍ଡ ପୁଲିସ ଅଧିକାରୀ ରାଜକିଶୋର ମିଶ୍ର, ପୂର୍ତ୍ତ ବିଭାଗ ଏସଡିଓ ସତ୍ୟବାନ ପଟେଲ ସମେତ ବହୁ ପ୍ରଶାସନିକ ଅଧିକାରୀ ଆଜି ଦୁର୍ଘଟଣା ଅଞ୍ଚଳ ପରିଦର୍ଶନ କରିଥିଲେ । ସଂପ୍ରତି ନିର୍ମାଣଧିନ ଥିବା ବାଇପାସ ରାସ୍ତାକୁ ଆଜି ଠାରୁ ଚଳାଚଳ କରିବାକୁ ରାତ୍ରରେ ଉପଯୋଗୀ କରି ମାଟି ପକେଇ ଖୋଲା କରିଥିବା ଅଞ୍ଚଳ ଦେଖିଥିବା ଜଣାଯାଇଛି । ସଂପ୍ରତି ମାଲବାହୀ ଭାରିଯାନ ଗୁଡିକ ତିଲେଇବଣୀରୁ ସିଧାସଳଖ ସମ୍ବଲପୁର ଦେଇ ଝାରସୁଗୁଡା ଯିବା ଏବଂ ଝାରସୁଗୁଡାରୁ ଆସୁଥିବା ଗାଡି କୁଲାବିରା. ବଡବାହାଲରୁ ସମ୍ବଲପୁର ଯାତାୟତ ପାଇଁ ପ୍ରଶାସନ ପଦକ୍ଷେପ ନେଇଥିବା ବେଳେ କୁଚିଣ୍ଡା ଦେଇ ଭାରୀ ଯାନ ଚଳାଚଳ କୁ ବନ୍ଦ ଘୋଷଣା କରିଛନ୍ତି । ସଂପ୍ରତି ବାଇପାସ ରାସ୍ତାଦେଇ କେବଳଯାତ୍ରୀବାହୀ ବସ, କାର, ଜିପ ବାଇକ ଆଦି ଛୋଟ ଗାଡି ଯାତାୟତ ପାଇଁ ଖୋଲା କରାଯାଇଛି । ସଂପ୍ରତି ଝୁଲେନ ପୋଲ ଭାଙ୍ଗିଯିବା ପରେ କୁଚିଣ୍ଡା ସହରର ସମସ୍ତ ବ୍ୟବସ୍ଥା ବିଗିଡି ଯାଇଥିବା ବେଳେ ଆଗାମୀ ୬ମାସ ମଧ୍ୟରେ ଏହି ରାସ୍ତା କରିବାକୁ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories