www.samajalive.in
Sunday, December 14, 2025
19.1 C
Bhubaneswar

ସାମ୍ବାଦିକଙ୍କୁ ଆକ୍ରମଣ, ଗିରଫ ସହ କାର୍ଯ୍ୟାନୁଷ୍ଠାନ ଦାବୀ

କଂଟାବାଂଜି: ବରିଷ୍ଠ ସାମ୍ବାଦିକ ସତ୍ୟସୁନ୍ଦର ଭଞ୍ଜଙ୍କୁ ଭୁବନେଶ୍ୱର ଡେଲ୍ଟା କଲୋନିରେ ପ୍ରାତଃ ଭ୍ରମଣ ବେଳେ ଦୁଇ ଜଣ ଅଜଣା ଦୁବୃର୍ତ ମରଣାନ୍ତକ ଆକ୍ରମଣ କରିଥିବାରୁ ସ୍ଥାନୀୟ ସାମ୍ବାଦିକ ସଂଘ ତରଫରୁ ଦୃଢ ନିନ୍ଦା କରିବା ସହିତ ଉକ୍ତ ଦୁବୃର୍ତଙ୍କୁ ତୁରନ୍ତ ଗିରଫ କରି ଉଚିତ କାର୍ଯ୍ୟାନୁଷ୍ଠାନ ଦାବୀ କରିଛି ସଂଘ। ପ୍ରାପ୍ତ ସୂଚନା ଅନୁସାରେ ସାମ୍ବାଦିକ ଭଞ୍ଜ ଭୁବନେଶ୍ୱରକୁ ନିଜ କାମରେ ଯାଇଥିବା ବେଳେ ପ୍ରାତଃ ଭ୍ରମଣ କରୁଥିବା ବେଳେ ଏହି ଘଟଣା ଘଟିଛି। ଭୁବନେଶ୍ୱରରେ ଆଇନ ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ଥିବା ବେଳେ ସାଧାରଣ ଜନତା ମଧ୍ୟ ସୁରକ୍ଷିତ ନୁହନ୍ତି। ରାଜଧାନୀରେ ମଧ୍ୟ ସାଧାରଣ ଜନତା ଭୋର ସକାଳୁ କି ପ୍ରକାର ଲୁଟପାଟ ସହ ଆକ୍ରମଣର ଶିକାର ହେଉଛନ୍ତି ତାହା ପ୍ରଶ୍ନବାଚୀ ହୋଇଛି?

ସାମ୍ବାଦିକ ଭଞ୍ଜଙ୍କ ଆକ୍ରମଣକାରୀଙ୍କୁ ଗିରଫ କରିବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘ ତରଫରୁ ସ୍ଥାନୀୟ ତହସିଲଦାର ଅଶୋକ ମାଝୀ ଙ୍କୁ ଏକ ଦାବୀପତ୍ର ଦେବା ସହ ସାମ୍ବାଦିକ ସୁରକ୍ଷା ପ୍ରତି ସରକାର ଯଥା ଶିଘ୍ର ଆଇନ ପ୍ରଣୟନ ପାଇଁ ଦାବୀ କରାଯାଇଛି। ଏହି ପ୍ରସ୍ତାବ ସଂଘର ସଭାପତି ସୁବାଷ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ସଂଘର ସଭ୍ୟ ଜୀବନାନନ୍ଦ ମହାନ୍ତି, ଗୁରୁଦୟାଲ ହଂସ, କୃତିକର ବାଗ, ବିମଲ ଦାସ, ମୋହନ ସୋନି, ଅନ୍ତିମ ପାଣିଗ୍ରାହି, ହୁଲେଶ୍ୱର ହଂସଙ୍କ ଉପସ୍ଥିତିରେ ଦାବୀପତ୍ର ଦିଆଯାଇଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories