କଳା ପଲସରର ଆତଙ୍କ: ପୁଣି ଝାମ୍ପି ନେଲେ ୪୯ ହଜାର ଟଙ୍କା, ପୁଲିସର ତଦନ୍ତ ଆରମ୍ଭ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲାରେ ଦିନକୁ ଦିନ ଅପରାଧ ଚୋରି ରାହାଜାନି ବୃଦ୍ଧି ପାଇବାରେ ଲାଗିଛି। କଣ୍ଟାବାଞ୍ଜି ସହରରେ ବଢି ଚାଲିଛି ଚୋରି, ଡକାୟତି ଓ ରାହାଜାନି। କଣ୍ଟାବାଞ୍ଜି ଥାନା ପଖନମୁଣ୍ଡା ଗାଁର ଜଣେ ଚାଷୀ ଦୟାନିଧି ମଲ୍ଲିକ, ନିଜର ଋଣ ଟଙ୍କା ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ୪୯ ହଜାର ଟଙ୍କା ଉଠାଣ କରି ଦିନ ପ୍ରାୟ ୨ ଟା ପାଖା ପାଖି ସମୟରେଝାଙ୍କର ପଡ଼ା ତାମୁଡୁ ଗ୍ୟାରେଜ ନିକଟଭାରତ ମାଇକ୍ରୋ ଫାଇନାନ୍ସ କାର୍ୟ୍ୟାଳୟକୁ ମୋଟର ସାଇକେଲରେ ଯାଉଥିବା ବେଳେ ରାସ୍ତାରୁ ହିଁ ଏକ କଳା ପଲସରରେ ଜୋରରେ ଆସି ଦୟାନିଧିଙ୍କ ସ୍ତ୍ରୀ ଦ୍ରୌପଦି ଧରିଥିବା ତାଙ୍କ ଭ୍ୟାନିଟି ବ୍ୟାଗକୁ ଲୁଟି ଦ୍ରୁତ ଗତିରେ ଆଖି ପିଛୁଳାକେ, ୪୯ ହଜାର ଟଙ୍କା ଭର୍ତ୍ତି ବ୍ୟାଗ ନେଇ ଏକ ଗଳି ରାସ୍ତା ଦେଇ ଛୁ ମାରିଥିଲେ ଦୁଇ ଜଣ ଲୁଟେରା। ସେ ଦୁଇ ଜଣ ଲୁଟେରାଙ୍କ ପରିଚୟ ଏପର୍ୟ୍ୟନ୍ତ ଜଣାପଡିନାହିଁ କି ସେମାନଙ୍କର ପତ୍ତା ବି ମିଳିନାହିଁ। ଖବର ପାଇ କଣ୍ଟାବାଞ୍ଜି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସହରରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଦେଖି ଏବେ ତଦନ୍ତ ଜାରି ରଖିଛି କଣ୍ଟାବାଞ୍ଜି ପୁଲିସ। ସେପଟେ ଘଟଣାର ତଦନ୍ତ କରି ଦୋଷୀଙ୍କୁ ଧରିବା ପାଇଁ ଦାବି କରିଛନ୍ତି ଲୁଟ ଶିକାର ହୋଇଥିବା ଚାଷୀ ଦୟାନିଧି ମଲ୍ଲିକ ଓ ତାଙ୍କ ସ୍ତ୍ରୀ ଦ୍ରୌପଦି ଅପରାହ୍ଣରେ ଦୟାନିଧି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି।

Comments are closed.