www.samajalive.in
Saturday, December 6, 2025
23.1 C
Bhubaneswar

କାଙ୍କେରରେ ଗୁଳି ବିନିମୟ: ୧ ନକ୍ସଲ ନିହତ, ଜଣେ ଯବାନ ଶହୀଦ

କାଙ୍କେର: ଛତିଶଗଡ଼ କାଙ୍କେର ଜିଲାର ହିଦୁର ଅଞ୍ଚଳରେ ରବିବାର ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ହିଦୁରସ୍ଥିତ ଜଙ୍ଗଲରେ ହୋଇଥିବା ଗୁଳି ବିନିମୟରେ ଜଣେ ଯବାନ ଶହୀଦ ହୋଇଛନ୍ତି। ଯବାନ ଜଣକ ବସ୍ତର ଫାଇଟର୍ସ କନଷ୍ଟେବଳ ରମେଶ କୁରେଠୀ ବୋଲି ଜଣାପଡ଼ିଛି। ଏଥିରେ ଜଣେ ନକ୍ସଲ ମଧ୍ୟ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ଜଣେ ନକ୍ସଲର ମୃତଦେହ ସହ ଏକେ୪୭ ମଧ୍ୟ ଜବତ ହୋଇଛି।

ସୂଚନା ଅନୁସାରେ, ଯବାନମାନେ ହିଦୁରର ଜଙ୍ଗଲରେ ତଲାସୀ ଅଭିଯାନ ଚଳାଇଥିଲେ। ଏହି ସମୟରେ ନକ୍ସଲମାନେ ଗୁଳି ଚଳାଇଥିଲେ। ଜଙ୍ଗଲରେ ପ୍ରାୟ ୧ ଘଣ୍ଟା ଧରି ଗୁଳି ବିନିମୟ ଚାଲିଥିଲା। ଛୋଟେ ବେଠିୟା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ବର୍ତ୍ତମାନ ବିଏସଏଫ ଏବଂ ଡିଆରଜି ଯବାନମାନେ ଆଖପାଖ ଜଙ୍ଗଲ ଅଞ୍ଚଳରେ ତଲାସୀ ଜାରି ରଖିଛନ୍ତି। କାଙ୍କେର ଏସପି ଆଇ.କେ ଏଲେସେଲା ଏନେଇ ସୂଚନା ଦେଇଛନ୍ତି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories