ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତ୍ ଖୁବଶୀଘ୍ର ଅଯୋଧ୍ୟା ରାମ ମନ୍ଦିର ମାମଲାକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି। ଚଳଚ୍ଚିତ୍ରର ନାଁ ରହିଛି ‘ଅପରାଜିତ ଅଯୋଧ୍ୟା’। ଖାସ୍ କଥା ହେଉଛି ସେ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଭାର ନିଜେ ବହନ କରିବେ। ‘ମଣିକର୍ଣ୍ଣିକା’ ଚଳଚ୍ଚିତ୍ର ମାଧ୍ୟମରେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଥାପିଥିବା କଙ୍ଗନା ଏବେ ମଣିକର୍ଣ୍ଣିକା ନାଁରେ ନିଜର ଏକ ପ୍ରଡକ୍ସନ ହାଉସ ଖୋଲିଛନ୍ତି। ‘ଅପରାଜିତ ଅଯୋଧ୍ୟା’ ତାଙ୍କ ପ୍ରଯୋଜିତ ପ୍ରଥମ ଚଳଚ୍ଚିତ୍ର ହେବ।
ସୂଚନା ଅନୁସାରେ, କଙ୍ଗନାଙ୍କ ଏହି ଚଳଚ୍ଚିତ୍ରର ଶୁଟିଂ ଆସନ୍ତା ବର୍ଷରୁ ଆରମ୍ଭ ହେବ। ଏହାର ସ୍କ୍ରିପ୍ଟ କେଭି ବିଜେନ୍ଦ୍ର ପ୍ରସାଦ ଲେଖିଛନ୍ତି।
ଅଯୋଧ୍ୟା ମାମଲା ଉପରେ ଚଳଚ୍ଚିତ୍ର ନିର୍ମାଣ କରିବେ କଙ୍ଗନା
Popular Categories



