www.samajalive.in
Sunday, December 7, 2025
14.1 C
Bhubaneswar

କଙ୍ଗନା ରଣାୱତ ଓ ତାଙ୍କ ଭଉଣୀ ରଙ୍ଗୋଲିଙ୍କୁ ମୁମ୍ବାଇ ପୁଲିସର ନୋଟିସ

ମୁମ୍ବାଇ: ବଲିଉଡ ଅଭିନେତା କଙ୍ଗନା ରଣାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କୁ  ନୋଟିସ ଜାରି କରିଛି ମୁମ୍ସେବାଇ ପୁଲିସ । ନଭେମ୍ବର ୧୦ ସୁଦ୍ଧା ହାଜର ହେବାକୁ ଉଭୟଙ୍କୁ ନୋଟିସ ଜାରି କରାଯାଇଛି । ପୂର୍ବରୁ ଏକ କଙ୍ଗନା ଓ ରଙ୍ଗୋଲିଙ୍କୁ ମଧ୍ୟ ପୁଲିସ ନୋଟିସ ଜାରି କରିଥିଳା । ଦ୍ବିତୀୟବାର ଏହି ନୋଟିସ ଜାରି କରାଯାଇଛି  । ଅନ୍ୟପକ୍ଷରେ କଙ୍ଗନାଙ୍କ ଓକିଲ କହିଛନ୍ତି ଯେ ଉଭୟ ଏବେ  ହିମାଚଳ ପ୍ରଦେଶରେ ଅଛନ୍ତି ଏବଂ ତାଙ୍କ ସମ୍ପର୍କୀୟ ଭାଇଙ୍କ ବିବାହ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ।

ଗତ ମାସରେ ବାନ୍ଦ୍ରା ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ କୋର୍ଟ ବଲିଉଡ କାଷ୍ଟିଂ ନିର୍ଦ୍ଦେଶକ ତଥା ଫିଟନେସ ପ୍ରଶିକ୍ଷକ ମୁନାୱର ଅଲି ସୟିଦଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗର ଅନୁସନ୍ଧାନ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲା। ଏହା ଆଧାରରେ ମୁମ୍ବାଇ ପୁଲିସ  ଆଇପିସି ଧାରା ୧୫୩-ଏ (ଧର୍ମ, ଜାତି ଇତ୍ୟାଦି କାରଣରୁ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା), ୨୯୫-ଏ (ଧାର୍ମିକ ଭାବନାକୁ ଆଘାତ ଦେଉଥିବା କାର୍ଯ୍ୟ) ଏବଂ ୧୨୪-ଏ  ଅନୁଯାୟୀ ରଣାୱାତ ଭଉଣୀଦ୍ବୟଙ୍କ ବିରୋଧରେ ମାମଲା ରୁଜୁ କରିଛି ।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories