www.samajalive.in
Saturday, December 13, 2025
26.1 C
Bhubaneswar

କଙ୍ଗନାଙ୍କର ମୁମ୍ବଇରେ ରହିବାର କୌଣସି ଅଧିକାର ନାହିଁ : ଅନୀଲ ଦେଶମୁଖ

ମୁମ୍ବଇ: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ କହିଛନ୍ତି ଯେ, ଅଭିନେତ୍ରୀ କଙ୍ଗନା ରାଣାୱତଙ୍କର ମହାରାଷ୍ଟ୍ର କିମ୍ବା ମୁମ୍ବଇରେ ରହିବାର କୌଣସି ଅଧିକାର ନାହିଁ। କଙ୍ଗନାଙ୍କର ମୁମ୍ବଇ ଓ ମୁମ୍ବଇ ପୁଲିସ ବିରୋଧୀ ମନ୍ତବ୍ୟ ପରେ ଏପରି କହିଛନ୍ତି ଅନୀଲ। ସୂଚନାଯୋଗ୍ୟ ଯେ, ନିକଟରେ କଙ୍ଗନା ଟ୍ୱିଟ୍‍ କରି କହିଥିଲେ, ତାଙ୍କୁ ମୁଭି ମାଫିଆଙ୍କ ଅପେକ୍ଷା ମୁମ୍ବଇ ପୁଲିସଠାରୁ ଅଧିକ ବିପଦ ରହିଛି।

କଙ୍ଗନାଙ୍କର ଏହି ବୟାନକୁ ନେଇ ଅନୀଲ ଦେଶମୁଖ କହିଛନ୍ତିି ଯେ, “ମୁମ୍ବଇ ପୁଲିସର ତୁଳନା ସ୍କଟଲ୍ୟାଣ୍ଡ ୟାର୍ଡ଼ ପୁଲିସ ସହ କରାଯାଏ। କିଛି ଲୋକ ମୁମ୍ବଇ ପୁଲିସକୁ ଟାର୍ଗେଟ କରିବାକୁ ଚେଷ୍ଟା କରୁଛନ୍ତି। ମୁମ୍ବଇ ପୁଲିସ ଉପରେ ଏପରି ଅସମ୍ମାନ ପୂର୍ବକ ବୟାନ ବିରୋଧରେ ଜଣେ ଆଇପିଏସ୍‍ ଅଧିକାରୀ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କର(କଙ୍ଗନା) ମହାରାଷ୍ଟ୍ର କିମ୍ବା ମୁମ୍ବଇରେ ରହିବାର କୌଣସି ଅଧିକାର ନାହିଁ”।

- Advertisement -

ଉଲ୍ଲେଖଯୋଗ୍ୟ, କଙ୍ଗନା ନିଜର ଏକ ଟ୍ୱିଟରେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତଙ୍କୁ ଟାର୍ଗେଟ କରି ମୁମ୍ବଇର ତୁଳନା ପାକ୍‍ ଅଧିକୃତ କାଶ୍ମୀର(ପିଓକେ) ସହ କରିଥିଲେ। ସେ କହିଥିଲେ, “ଶିବସେନା ନେତା ସଞ୍ଜୟ ରାଉତ ମୋତେ ଖୁଲ୍ଲମ ଖୁଲ୍ଲା ଧମକ ଦେଇଛନ୍ତି ଓ କହିଛନ୍ତି ଯେ, ମୁଁ ଯେମିତି ମୁମ୍ବଇ ନ ଫେରେ। ପୂର୍ବରୁ ମୁମ୍ବଇ ରାସ୍ତାରେ ସ୍ୱାଧୀନତାର ସ୍ଲୋଗାନ ଦିଆଯାଉଥିଲା ଆଉ ଏବେ ଖୋଲାଖୋଲି ଧମକ ମିଳୁଛି। ଏ ମୁମ୍ବଇ ପିଓକେ ଭଳି କାହିଁ ଅନୁଭୂତ ହେଉଛି?”

ଅପର ପକ୍ଷରେ, ଶିବସେନା ନେତା ସଞ୍ଜୟ ରାଉତ ଆଜି କଙ୍ଗନାଙ୍କ ଅଭିଯୋଗକୁ ନେଇ କହିଛନ୍ତି, “ଆପଣ(କଙ୍ଗନା) ମହାରାଷ୍ଟ୍ରର ଅପମାନ କରିବାକୁ ଚେଷ୍ଟା କରୁଛନ୍ତି। ନିଶ୍ଚିତ ଭାବେ କୌଣସି ରାଜନୈତିକ ଦଳ ବା ଶକ୍ତି ଅଛି ଯିଏ ତାଙ୍କୁ ସମର୍ଥନ କରୁଛି, ସେଥିପାଇଁ ସେ ଏଭଳି ବୟାନ ଦେଉଛନ୍ତି। ମୁମ୍ବଇ ଓ ମୁମ୍ବଇ ପୁଲିସର ଛବି ଖରାପ କରିବାକୁ ଷଡ଼ଯନ୍ତ୍ର ରଚାଯାଉଛି।”

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories