www.samajalive.in
Saturday, December 6, 2025
16.1 C
Bhubaneswar

କଙ୍ଗନାଙ୍କର ମୁମ୍ବଇରେ ରହିବାର କୌଣସି ଅଧିକାର ନାହିଁ : ଅନୀଲ ଦେଶମୁଖ

ମୁମ୍ବଇ: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ କହିଛନ୍ତି ଯେ, ଅଭିନେତ୍ରୀ କଙ୍ଗନା ରାଣାୱତଙ୍କର ମହାରାଷ୍ଟ୍ର କିମ୍ବା ମୁମ୍ବଇରେ ରହିବାର କୌଣସି ଅଧିକାର ନାହିଁ। କଙ୍ଗନାଙ୍କର ମୁମ୍ବଇ ଓ ମୁମ୍ବଇ ପୁଲିସ ବିରୋଧୀ ମନ୍ତବ୍ୟ ପରେ ଏପରି କହିଛନ୍ତି ଅନୀଲ। ସୂଚନାଯୋଗ୍ୟ ଯେ, ନିକଟରେ କଙ୍ଗନା ଟ୍ୱିଟ୍‍ କରି କହିଥିଲେ, ତାଙ୍କୁ ମୁଭି ମାଫିଆଙ୍କ ଅପେକ୍ଷା ମୁମ୍ବଇ ପୁଲିସଠାରୁ ଅଧିକ ବିପଦ ରହିଛି।

କଙ୍ଗନାଙ୍କର ଏହି ବୟାନକୁ ନେଇ ଅନୀଲ ଦେଶମୁଖ କହିଛନ୍ତିି ଯେ, “ମୁମ୍ବଇ ପୁଲିସର ତୁଳନା ସ୍କଟଲ୍ୟାଣ୍ଡ ୟାର୍ଡ଼ ପୁଲିସ ସହ କରାଯାଏ। କିଛି ଲୋକ ମୁମ୍ବଇ ପୁଲିସକୁ ଟାର୍ଗେଟ କରିବାକୁ ଚେଷ୍ଟା କରୁଛନ୍ତି। ମୁମ୍ବଇ ପୁଲିସ ଉପରେ ଏପରି ଅସମ୍ମାନ ପୂର୍ବକ ବୟାନ ବିରୋଧରେ ଜଣେ ଆଇପିଏସ୍‍ ଅଧିକାରୀ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କର(କଙ୍ଗନା) ମହାରାଷ୍ଟ୍ର କିମ୍ବା ମୁମ୍ବଇରେ ରହିବାର କୌଣସି ଅଧିକାର ନାହିଁ”।

- Advertisement -

ଉଲ୍ଲେଖଯୋଗ୍ୟ, କଙ୍ଗନା ନିଜର ଏକ ଟ୍ୱିଟରେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତଙ୍କୁ ଟାର୍ଗେଟ କରି ମୁମ୍ବଇର ତୁଳନା ପାକ୍‍ ଅଧିକୃତ କାଶ୍ମୀର(ପିଓକେ) ସହ କରିଥିଲେ। ସେ କହିଥିଲେ, “ଶିବସେନା ନେତା ସଞ୍ଜୟ ରାଉତ ମୋତେ ଖୁଲ୍ଲମ ଖୁଲ୍ଲା ଧମକ ଦେଇଛନ୍ତି ଓ କହିଛନ୍ତି ଯେ, ମୁଁ ଯେମିତି ମୁମ୍ବଇ ନ ଫେରେ। ପୂର୍ବରୁ ମୁମ୍ବଇ ରାସ୍ତାରେ ସ୍ୱାଧୀନତାର ସ୍ଲୋଗାନ ଦିଆଯାଉଥିଲା ଆଉ ଏବେ ଖୋଲାଖୋଲି ଧମକ ମିଳୁଛି। ଏ ମୁମ୍ବଇ ପିଓକେ ଭଳି କାହିଁ ଅନୁଭୂତ ହେଉଛି?”

ଅପର ପକ୍ଷରେ, ଶିବସେନା ନେତା ସଞ୍ଜୟ ରାଉତ ଆଜି କଙ୍ଗନାଙ୍କ ଅଭିଯୋଗକୁ ନେଇ କହିଛନ୍ତି, “ଆପଣ(କଙ୍ଗନା) ମହାରାଷ୍ଟ୍ରର ଅପମାନ କରିବାକୁ ଚେଷ୍ଟା କରୁଛନ୍ତି। ନିଶ୍ଚିତ ଭାବେ କୌଣସି ରାଜନୈତିକ ଦଳ ବା ଶକ୍ତି ଅଛି ଯିଏ ତାଙ୍କୁ ସମର୍ଥନ କରୁଛି, ସେଥିପାଇଁ ସେ ଏଭଳି ବୟାନ ଦେଉଛନ୍ତି। ମୁମ୍ବଇ ଓ ମୁମ୍ବଇ ପୁଲିସର ଛବି ଖରାପ କରିବାକୁ ଷଡ଼ଯନ୍ତ୍ର ରଚାଯାଉଛି।”

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories