www.samajalive.in
Saturday, December 6, 2025
19.1 C
Bhubaneswar

ଓଡ଼ିଆ ଛାତ୍ରଛାତ୍ରୀଙ୍କ ମେଧାଶକ୍ତିକୁ ଅଧିକ ପ୍ରୋତ୍ସାହନ ଓ ସେମାନଙ୍କ ପ୍ରତିଭାକୁ ଆଗକୁ ନେବା ପାଇଁ ବିଶ୍ୱବିଦ୍ୟାଳୟର ସ୍ବତନ୍ତ୍ରତା ରହିବା ଜରୁରୀ :ବିଜେପିି

ଭୁବନେଶ୍ୱର: ଓଡିଶା ସରକାରଙ୍କର ପ୍ରସ୍ତାବିତ ଓଡିଶା ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ ଅଧିନିୟମ-୧୯୮୯ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଇନ-୨୦୦୫ର ପ୍ରତ୍ୟାହାର ବିଶ୍ୱିବିଦ୍ୟାଳୟ ଗୁଡିକର ସ୍ବତନ୍ତ୍ରତା କ୍ଷୁର୍ଣ୍ଣ କରିବା ସହ ଶିକ୍ଷାର ମାନଦଣ୍ଡକୁ ମଧ୍ୟ ପ୍ରତିକୂଳ ଭାବେ ପ୍ରଭାବିତ କରିବ। ଏହି ଅଧିନିୟମରେ ପ୍ରାଧ୍ୟାପକମାନଙ୍କର ନିଯୁକ୍ତିରେ ବ୍ୟାପକ ଅନିୟମିତତା ଓ ରାଜନୈତିକ ହସ୍ତକ୍ଷେପ ରହିବାର ସୁଯୋଗ ଥିବା ସହ କୁଳପତିଙ୍କ ପଦ ମର୍ଯ୍ୟାଦା ଓ କ୍ଷମତା ସଙ୍କୁଚିତ ହେବ। ବିଧାୟକଙ୍କୁ ଉତ୍ତରଦାୟୀତ୍ୱରୁ ମଧ୍ୟ ବିଶ୍ୱବିଦ୍ୟାଳୟଗୁଡିରୁ ବାଦ୍ ଦିଆଯାଇଛି। ଏହାଦ୍ୱାରା ଯୁଗ ଯୁଗ ପାଇଁ ଶିକ୍ଷା ଓ ଗବେଷଣାର ମାନ ହ୍ରାସ ପାଇବ ଓ ବିଶ୍ୱବିଦ୍ୟାଳୟ ଗୁଡିକ ସାଧାରଣ କଲେଜ ଭଳି କାମ କରିବେ। ଛାତ୍ର, ସମାଜ ଏବଂ ଦେଶର ଭବିଷ୍ୟତ ପାଇଁ ଏହା ଚିନ୍ତାଜନକ ବିଷୟ। ଏହି ଅଧ୍ୟାଦେଶ ଆଣି ରାଜ୍ୟସରକାର ଓଡିଶାରେ ଉଚ୍ଚଶିକ୍ଷାର ସଂପୂର୍ଣ୍ଣ ଅମଲାତନ୍ତ୍ରୀକରଣ ଓ ରାଜନୈତିକ ହସ୍ତକ୍ଷେପ ବଢେଇବା ସହ ଉଚ୍ଚଶିକ୍ଷାର ମାନଦଣ୍ଡକୁ ହ୍ରାସ କରାଇବା ପାଇଁ ଷଡଯନ୍ତ୍ର ରଚିଛନ୍ତି। ଏହି ପଦକ୍ଷେପ ସଂପୂର୍ଣ୍ଣଭାବେ ଅଗଣତାନ୍ତ୍ରିକ ଓ ଅସମ୍ବିଧାନିକ।
ପାଠପଢ଼ା ଓଡ଼ିଶାର ମୂଳପୁଞ୍ଜି । ଓଡ଼ିଆ ଛାତ୍ରଛାତ୍ରୀମାନଙ୍କର ମେଧା ଶକ୍ତି ଓଡ଼ିଶାକୁ ଆଗକୁ ନେବାରେ ସବୁଠୁ ବଡ଼ ମାଧ୍ୟମ । ଓଡ଼ିଆ ଛାତ୍ରଛାତ୍ରୀଙ୍କ ମେଧାଶକ୍ତିକୁ ଅଧିକ ପ୍ରୋତ୍ସାହନ ଓ ସେମାନଙ୍କ ପ୍ରତିଭାକୁ ଆଗକୁ ନେବା ପାଇଁ ବିଶ୍ୱବିଦ୍ୟାଳୟର ସ୍ବତନ୍ତ୍ରତା ରହିବା ଜରୁରୀ । ବିଶ୍ୱ ବିଦ୍ୟାଳୟ ମାନଙ୍କରେ ସ୍ଥାନୀୟ ଆକାଂକ୍ଷାକୁ ଆଧାର କରିବା ସହ ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟକ୍ରମ ପ୍ରସ୍ତୁତ ହୁଏ । ସେହି ଅନୁସାରେ ନୂଆ ମଡ଼େଲ୍ ତିଆରି ସମ୍ଭବ, ଯାହା କେବଳ ଭାରତ ନୁହେଁ ବିଶ୍ୱବିଦ୍ୟାଳୟର ମଧ୍ୟ ନୂଆ ପରିଚୟ ତିଆରି ହୁଏ । ଯଦି ବିଶ୍ୱବିଦ୍ୟାଳୟରେ ପ୍ରଶାସନିକ ଓ ରାଜନୈତିକ କ୍ଷମତା ଠୁଳ କରାଯିବ ତେବେ ଶିକ୍ଷାର ବିବିଧତା-ସ୍ଥାନୀୟ ଆକାଂକ୍ଷାରେ ବଡ଼ ଅନ୍ତରଣ ତିଆରି ହେବ । ଓଡ଼ିଆ ପିଲା ମାନଙ୍କ ବୌଦ୍ଧିକ କ୍ଷମତାକୁ ବଢ଼ାଇବା ପାଇଁ ବିଶ୍ୱବିଦ୍ୟାଳୟର ସ୍ବତନ୍ତ୍ରତା ରହିବା ଏକାନ୍ତ ଜରୁରୀ।
ଉଚ୍ଚଶିକ୍ଷାର ଏକ ବିଶେଷ ଅନୁଷ୍ଠାନ ଭାବରେ ଶିକ୍ଷକ ଏବଂ ଅଣ-ଶିକ୍ଷକ କର୍ମଚାରୀଙ୍କୁ ପ୍ରକ୍ରିୟା ଅନୁସାରେ ନିଯୁକ୍ତି ଦେବା ବିଶ୍ୱବିଦ୍ୟାଳୟର ମୌଳିକ ସ୍ୱାଧୀନତା ଏବଂ ଉନ୍ନତମାନର ଶିକ୍ଷାକୁ ଅନୁସରଣ କରିବାର ସ୍ୱାଧୀନତା ରହିଛି । ଯଦି ବିଶ୍ୱବିଦ୍ୟାଳୟର ସ୍ୱାଧୀନତା ରାଜ୍ୟ ସରକାର ନରଖିବେ, ତେବେ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ମଧ୍ୟରେ ପାର୍ଥକ୍ୟ କ’ଣ ରହିବ ? ସରକାରୀ ଅଧିକାରୀଙ୍କ ଅଧିକ ହସ୍ତକ୍ଷେପ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନଷ୍ଟ କରିଦେଇପାରେ । ଇତିହାସକୁ ଦେଖିଲେ ବିଶ୍ୱର ଯେକୌଣସି ବିଶ୍ୱବିଦ୍ୟାଳୟର ଦାୟିତ୍ୱ ପ୍ରଶାସନିକ ଅଧିକାରୀମାନେ ନେଇଛନ୍ତି ସେଠାରେ ବିଶ୍ୱବିଦ୍ୟାଳୟ ଚାଲିପାରିନାହିଁ ବରଂ ଏହା ଦ୍ୱାରା ସେମାନଙ୍କ ପାଇଁ ପ୍ରିୟାପ୍ରିତି ତୋଷଣ ପାଇଁ ରାସ୍ତା ମଧ୍ୟ ଖୋଲିଯାଇଥାଏ । ଯେତେବେଳେ ଅନୁଷ୍ଠାନ ଗୁଡ଼ିକର ମୁଖ୍ୟ ନିଜେ ଶାସକ ଦଳର ଏଜେଂଟ ହେବେ, ସେତେବେଳେ ସେମାନଙ୍କ ଦାୟିତ୍ୱରେ ଥିବା ବିଶ୍ୱବିଦ୍ୟାଳୟ ସ୍ୱାଧୀନତା ଏବଂ ସତ୍ୟକୁ କିପରି ଭାବରେ ଅନୁସରଣ କରିବ ? ରାଜ୍ୟ ସରକାରଙ୍କ ନିଜସ୍ୱ ପ୍ରତିନିଧିଙ୍କ ମାଧ୍ୟମରେ ମାନନୀୟ କୁଳାଧିପତିଙ୍କ ଦ୍ୱାରା ଗଠିତ ୩ ଜଣିଆ ସଦସ୍ୟ ସିଣ୍ଡିକେଟ୍ ପ୍ରତିନିଧିଙ୍କୁ ବଦଳାଇ କୁଳପତିଙ୍କୁ ନିଯୁକ୍ତ କରିବା ଦିଗରେ ରାଜ୍ୟ ସରକାରଙ୍କ ସ୍ପଷ୍ଟ ଏଜେଣ୍ଡା ରହିଥିବାର ସନ୍ଦେହ ସ୍ପଷ୍ଟ କରୁଛି ।
ପ୍ରଶାସନ ଅଧିକାରୀଙ୍କ ଠାରୁ ମୁକ୍ତ ହୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକ ନିଜର ପ୍ରମୁଖ ଦାୟିତ୍ୱ ନିର୍ବାହ କରିବା ସହ ଜ୍ଞାନ ଆହରଣ କରାଇବା ଦରକାର ଯେଉଁ ଆଦର୍ଶକୁ ଭାରତ ବଜାୟ ରଖିଛନ୍ତି। ଏହି କାରଣରୁ ଭାରତ ସରକାର ପ୍ରଶାସନିକ ଅଧିକାରୀଙ୍କୁ କୁଳପତି ଭାବରେ ନିଯୁକ୍ତି କରିବା ଠାରୁ ଦୂରେଇ ରଖିଛନ୍ତି । ଯଦି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗୁଡ଼ିକ କେନ୍ଦ୍ର ଲୋକସେବା ଆୟୋଗ ମାଧ୍ୟମରେ ନିଯୁକ୍ତି ଦେଉନାହାନ୍ତି ତେବେ ରାଜ୍ୟ ସରକାର କାହିଁକି ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ନିଯୁକ୍ତି କରିବାକୁ ନିଷ୍ପତି ନେଇଛନ୍ତି ?
ଓଡ଼ିଶା ଲୋକସେବା ଆୟୋଗ ଏବଂ ରାଜ୍ୟ ଚୟନ ବୋର୍ଡ ଜରିଆରେ ବିଶ୍ୱବିଦ୍ୟାଳୟ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କୁ ନିଯୁକ୍ତି ଦେବା ପାଇଁ ଓଡିଶା ସରକାର ପ୍ରଶାସନ ଅଧିକାରୀଙ୍କୁ ପ୍ରଭାବଶାଳୀ ଢଙ୍ଗରେ ଅଂଶୀଦାର କରି ରାଜ୍ୟର ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ପଙ୍ଗୁ କରିଦେବାକୁ ଚାହୁଁଛନ୍ତି । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟରେ ଶିକ୍ଷାନୁଷ୍ଠାନ ଗୁଡିକୁ ବହୁଳ ଭାବରେ କ୍ଷତି କରାଇବ। ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନୂଆ ଶିକ୍ଷା ନୀତି ୨୦୨୦ ର ଉଲ୍ଲେଖନୀୟ ଦୂରଦୃଷ୍ଟି ନୀତି ଉପରେ ଓଡିଶା ସରକାର ବିଶ୍ୱବିଦ୍ୟାଳୟର ସ୍ୱୟତତା ଉପରେ ଏକ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ଯାହା ନୂଆ ଶିକ୍ଷା ନୀତି ବିରୋଧୀ ।
ରାଜ୍ୟ ସରକାର ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡ଼ିକର ଅଧିକାରକୁ ଛଡ଼ାଇନେବାର ଷଡ଼ଯନ୍ତ୍ର କରିଛନ୍ତି। ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟ ଉପରେ ରାଜ୍ୟ ସରକାରଙ୍କ ଏଣିକି ଏକଚାଟିଆ ଅଧିକାର ରହିବ। ଏହି ଶିକ୍ଷାନୁଷ୍ଠାନ ଗୁଡ଼ିକର ନିଯୁକ୍ତି ପ୍ରକ୍ରିୟାରେ ପ୍ରତ୍ୟକ୍ଷ ଭୂମିକା ରାଜ୍ୟ ସରକାରଙ୍କ ଗ୍ରହଣ କରିବେ। ଏହାସହ ବିଶ୍ୱବିଦ୍ୟାଳୟର ସିଲାବସ୍ ଓ ପରୀକ୍ଷା ଠାରୁ ଆରମ୍ଭ କରି ନିଯୁକ୍ତି ଏବଂ ବଦଳି କରିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରାଜ୍ୟ ସରକାରଙ୍କ ଉପରେ ରହିବ। ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ହେଉଛି ଶତପ୍ରତିଶତ ରାଜ୍ୟ ସରକାରଙ୍କ ସଂସ୍ଥା। ଏହି ସଂସ୍ଥା ଦ୍ୱାରା ନିଯୁକ୍ତି ପାଇଥିବା ବ୍ୟକ୍ତି ସରକାରଙ୍କ ଏଜେଣ୍ଡାରେ କାମ କରିଥାନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି କେନ୍ଦ୍ର ସରକାର କିମ୍ବା ଅନ୍ୟ ସବୁ ରାଜ୍ୟ ସରକାର ଆରମ୍ଭ ହୋଇଥିବା ନୂଆ ଶିକ୍ଷା ନୀତି ୨୦୨୦ ଉପରେ ଦୃଷ୍ଟି ଦେଇଥିବା ବେଳେ ଓଡିଶା ସରକାର ଏହି ପ୍ରସଙ୍ଗରେ ବିଧାନସଭାରେ କୌଣସି ଆଲୋଚନା ବା ତର୍କବିତର୍କ ନକରି ନିଜ କ୍ୟାବିନେଟରେ ଏହି କଠୋର ନିଷ୍ପତି ଗ୍ରହଣ କରିଛନ୍ତି । ଓଡ଼ିଶା ଲୋକସେବା ଆୟୋଗର ଜଣେ ସଦସ୍ୟ ତଥା ରାଜ୍ୟ ସରକାରଙ୍କ ଅତି ନିକଟତର ପରି ମନେହେଉଥିବା ଜଣେ ବ୍ୟକ୍ତି କିଛି ଦିନ ପୂର୍ବରୁ ଦେନିକ ଖବରକାଗଜର ସମ୍ପାଦକୀୟ ପୃଷ୍ଠାରେ ଓପିଏସସି ଦ୍ୱାରା ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନେ ନିଯୁକ୍ତି ବିଷୟରେ ଲେଖିଥିଲେ। ରାଜ୍ୟ ସରକାର ସେହି ସମ୍ପାଦକୀୟ ଲେଖାକୁ ଅନୁସରଣ କରିଥିବା ଜଣାପଡ଼ୁଛି । ରେଭେନ୍ସା ବିଶ୍ୱବିଦ୍ୟାଳୟ ଅଧିନିୟମ ୨୦୦୫କୁ ଉଚ୍ଛେଦ କରି ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ-୧୯୮୯ ବ୍ୟବସ୍ଥା ଲାଗୁ କରିବାର ନିଷ୍ପତି ନେଇଛନ୍ତି । ଏହି କାର୍ଯ୍ୟକୁ ପ୍ରତ୍ୟାହାର କରିବା ଏବଂ ଏହି ଏକକ ବିଶ୍ୱବିଦ୍ୟାଳୟର ସ୍ୱୟଂଶାସିତ ଶେଷ କରିବା ପଛରେ କୌଣସି ଯଥାର୍ଥତା ନାହିଁ ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଓ ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ପ୍ରମୁଖ ଏହି ବିଷୟ ଉପସ୍ଥାପନା କଲେ ଏବଂ ଏହି ଅବସରରେ ରାଜ୍ୟ ମୁଖପାତ୍ର ଡ. ଯତୀନ ମହାନ୍ତି ଉପସ୍ଥିତ ଥିଲେ।

ମହିଳା କର୍ମଚାରୀଙ୍କୁ ଅସଦାଚରଣ ମାମଲାରେ ବଲାଙ୍ଗିର ଉପଜିଲାପାଳ ସଞ୍ଜୟ ମିଶ୍ର ନିଲମ୍ବିତ। ଉପଜିଲାପାଳଙ୍କୁ ନିଲମ୍ବିତ କଲେ ରାଜ୍ୟ ସରକାର। କାର୍ଯ୍ୟାଳୟର ଜଣେ ମହିଳା କିରାଣି ଅଭିଯୋଗ କରିଥିଲେ

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories