www.samajalive.in
Saturday, December 6, 2025
19.1 C
Bhubaneswar

ଚୀନର PUBG କୁ ଟକ୍କର ଦେବ ଅକ୍ଷୟ କୁମାରଙ୍କ FAU-G

ନୂଆଦିଲ୍ଲୀ : ଫିଲ୍ମରେ ଦର୍ଶକଙ୍କ ମନୋରଞ୍ଜନ କରୁଥିବା ଅକ୍ଷୟ କୁମାର ଏବେ ପବ୍‌ଜି ଖେଳାଳିଙ୍କୁ ଖୁସି କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଚୀନର ଗେମ୍ ପବ୍‌ଜି କୁ ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇଛି ଅକ୍ଷୟ କୁମାରଙ୍କ ଫୌ-ପି ଗେମ୍। ଅକ୍ଷୟ କୁମାରଙ୍କ ଆକ୍ସନ ଗେମ୍ Fearless And United-Guards FAU-G ଭାରତୀୟ ସେନା ଉପରେ ଆଧାରିତ। ଅକ୍ଷୟ କୁମାର ଏହି ଗେମ୍ ପିଏମ ମୋଦୀଙ୍କ ଆତ୍ମନିର୍ଭରଶୀଳ ଭାରତ ଆନ୍ଦୋଳନ ଏକ ଆହ୍ବନ ବୋଲି ଅକ୍ଷୟ କୁମାର କହିଛନ୍ତି।

ଅକ୍ଷୟ କୁମାର ଟ୍ୱିଟ୍ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭରଶୀଳ ଆନ୍ଦୋଳନକୁ ସମର୍ଥନ କରି ଆକ୍ସନ୍ ଗେମ୍, Fearless And United-Guards FAU-G ଗେମ୍ ଆରମ୍ଭ କରି ମୁଁ ଗର୍ବିତ। ମନୋରଞ୍ଜନ ବ୍ୟତୀତ ଖେଳାଳିମାନେ ଆମ ଯବାନମାନଙ୍କ ବଳିଦାନ ବିଷୟରେ ମଧ୍ୟ ଜାଣିବେ। ଏହାର ୨୦ ପ୍ରତିଶତ ନେଟ୍ ରିଭ୍ୟୁ ‘ଭାରତ କେ ଭୀର’ ଟ୍ରଷ୍ଟକୁ ପ୍ରଦାନ କରାଯିବ।

- Advertisement -


ସୂଚନାଯୋଗ୍ୟ, ପ୍ରଥମେ ୫୯ଟି ଚୀନର ମୋବାଇଲ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ପରେ ମୋଦୀ ସରକାର ଆଉ ୧୧୮ଟି ମୋବାଇଲ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏଥିମଧ୍ୟରୁ ଅଧିକାଂଶ ହେଉଛି ଚୀନର ମୋବାଇଲ୍ ଆପ୍। ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଆଦେଶରେ ନିଷିଦ୍ଧ ହୋଇଥିବା ଏହି ଆପରେ ଲୋକପ୍ରିୟ ଅନଲାଇନ୍ ଗେମିଂ ଆପ୍ PUBG ଅନ୍ତର୍ଭୁକ୍ତ ରହିଥିଲା।  ବ୍ୟତୀତ ଅନ୍ୟ ଏକ ଲୋକପ୍ରିୟ ମୋବାଇଲ୍ ଆପ୍ ଲୁଡୋ ମଧ୍ୟ ରହିଛି। ଏହା ବ୍ୟତୀତ ଅନ୍ୟ ଲୋକପ୍ରିୟ ମୋବାଇଲ୍ ଆପ୍ ଲୁଡୋକାରୋମ ଏବଂ ଚେସର ଅନେକ ଲୋକପ୍ରିୟ ମୋବାଇଲ୍ ଆପ୍ ଉପରେ ମଧ୍ୟ ବ୍ୟାନ କରାଯାଇଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories