ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତ ଅଧୀନ ଅନୁସୂଚିତ ଜନଜାତି ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ସେବାଶ୍ରମ ଡଡାପଡା ଠାରେ ଅନ୍ତେବାସୀ ଛାତ୍ରଛାତ୍ରୀଙ୍କ ସାମୁହିକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।
ପ୍ରଧାନ ଶିକ୍ଷକ ଦୈତାରୀ ଦିଗାଲ ସ୍ୱାସ୍ଥ୍ୟ ଶିବରକୁ ଆୟୋଜନ କରିଥିଲେ। ପିଲାଙ୍କ ମନରେ ଖୁସି ଦେଖିବାକୁ ମିଳିଥିଲା। ଡାକ୍ତର ତୃପ୍ତିମୟୀ ନାୟକଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳରେ ଟିମ ସେବାଶ୍ରମ ଉପରେ ଉପସ୍ଥିତ ରହି ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ କରିଥିଲେ। ସ୍ୱାସ୍ଥ୍ୟକର୍ମୀ ପୂର୍ଣ୍ଣାନ୍ଧୁ ପ୍ରଧାନ, ଦେବଯାନୀ ସାହୁ, ସହଯୋଗୀ ସୌମ୍ୟରଂଜନ ପାତ୍ରଙ୍କ ଦ୍ୱାରା ପିଲାମାନଙ୍କ ମ୍ୟାଲେରିଆ ଓ ରକ୍ତହୀନତା ଆଦି ପରୀକ୍ଷା କରାଯାଇଛି। ସେବାଶ୍ରମର ସହକାରୀ ଶିକ୍ଷକ ଭାବନି ଶଙ୍କର ସାମଲ, ମୋନରମା ପ୍ରଧାନ, ସେବାୟତ ଭାବାନନ୍ଦ ପ୍ରଧାନ, ଦାମିନି ପ୍ରଧାନ, ଶେଷରେ ଭାବନୀ ଶଙ୍କର ସାମଲ ମେଡିକାଲ ଟିମକୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
ବିଦ୍ୟାଳୟରେ ସ୍ୱାସ୍ଥ୍ୟ ସେବା ଶିବିର
Popular Categories



