www.samajalive.in
Saturday, December 6, 2025
16.1 C
Bhubaneswar

୪ କୁଇଣ୍ଟାଲ ଗଞ୍ଜେଇ ଜବତ, ୭ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡ଼ା ପୁଲିସକୁ ବଡ ସଫଳତା। ବଡ଼ ଧରଣର ଗଞ୍ଜେଇ ମାଫିଆମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ। ଦୀର୍ଘ ଦିନ ହେବ ଏମାନେ ଜିଲାରେ ନିଜର ଗଞ୍ଜେଇ ସାମ୍ରାଜ୍ୟ ବିସ୍ତାର କରିବା ସହ କୋଟି କୋଟି ଟଙ୍କାର ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ କରୁଥିବା ଜଣାପଡିଥିଲା। ଏହାପରେ ପୁଲିସ ଏମାନଙ୍କୁ ଧରିବାକୁ ଯୋଜନା କରିଥିଲା। ସୂଚନା ଅନୁସାରେ ଗୋଛାପଡା ପୁଲିସକୁ ବିଭିନ୍ନ ଅଞ୍ଚଳରୁ ବିପୁଳ ପରିମାଣରେ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ମିଳିଥିଲା। ଗୋଚ୍ଛାପଡ଼ା ଥାନା ଅଧିକାରୀ ଗଞ୍ଜେଇ ମାଫିଆମାନଙ୍କୁ ଧରିବା ପାଇଁ ୩ଟି ଟିମ ଗଠନ କରି ବାଲାନ୍ଦାପଡ଼ା ଫାଣ୍ଡି ଅଞ୍ଚଳ ସହ ଫିରିଙ୍ଗିଆ ବ୍ଲକ ଠାରୁ କଣ୍ଟାମାଳ ଯାଇଥିବା ଘାଟି ରାସ୍ତା ସୁଟାଣି ଘାଟିର ବିଭିନ୍ନ ସ୍ଥାନରେ ଛପି ରହିଥିଲେ। ଗଞ୍ଜେଇ ଚାଲାଣକାରୀ କେହି ନଥିବା ଭାବି ଗୋଚ୍ଛାପଡ଼ା ଥାନା ବାଳନ୍ଦାପଡ଼ା ଓ ବିଭିନ୍ନ ଅଞ୍ଚଳରୁ ଗଞ୍ଜେଇ ସଂଗ୍ରହ କରି କଣ୍ଟାମାଳ ଦେଇ ବାହାର ରାଜ୍ୟକୁ ଚାଲାଣ ପାଇଁ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ସୁଟାଣିଘାଟି ରାସ୍ତାରେ ଅଟକାଇ ଥିଲା। ଏହି ସମୟରେ ଅଭିଯୁକ୍ତମାନେ ବାଇକ ଓ ଗଞ୍ଜେଇ ତଳେ ପକେଇ ଖସିବାକୁ ଚେଷ୍ଟା କରିଥିଲେ। ପୁଲିସ ଚତୁରତାର ସହ ୪ଜଣକୁ କାବୁ କରିବାରେ ସଫଳ ହୋଇଛି।


ଏହାପରେ ଗଞ୍ଜେଇ ଚାଲାଣର ମୁଖ୍ୟ ପୁଲିସକୁ ଡକାୟତ ଭାବି ଏକ ଦାମୀ କାରରେ ଆସି ମାଉଜର ଦେଖାଇ ମାରିବାକୁ ଚେଷ୍ଟା କରିଥିଲେ। ପୁଲିସ ତାକୁ ମଧ୍ୟ କୌଶଳ କ୍ରମେ ଗିରଫ କରିବାରେ ସଫଳ ହୋଇଛି। ଘଟଣା ସ୍ଥଳରୁ ଗୋଚ୍ଛାପଡ଼ା ପୁଲିସ ୪ କୁଇଣ୍ଟାଲ ଗଞ୍ଜେଇ, ଦାମୀ କାର ସହ ୭ ଟି ବିଭିନ୍ନ କମ୍ପାନୀର ବାଇକ, ଗୋଟିଏ ମାଉଜର, ୬ ଟି ଜୀବନ୍ତ ଗୁଳି, ୪୬ ହଜାର ଟଙ୍କା, ୧୦ ଟିମୋବାଇଲ, ହକି ଷ୍ଟିକ, ୨ ଟି ବେଶ ବଲ ଷ୍ଟିକ ଜବତ କରିଥିଲା। ଘଟଣାରେ ଅନ୍ୟଜଣେ ଫେରାର ଥିବା ପୁଲିସ ସୂଚନା ଦେଇଛି। ସମସ୍ତ ୭ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଗୋଚ୍ଛାପଡ଼ା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ସୂଚନା ଦେଇଛନ୍ତି। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମାଫିଆ କୋଟି କୋଟି ଟଙ୍କାର ମାଲିକ ବୋଲି ମଧ୍ୟ ପୁଲିସ୍ ତାହାର ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories