www.samajalive.in
Friday, December 5, 2025
27.1 C
Bhubaneswar

୧୪ରୁ ନର୍ସିଂ ଅଧିକାରୀଙ୍କ ଆନ୍ଦୋଳନ

ଭୁବନେଶ୍ୱର: ରାଜ୍ୟରେ ନର୍ସିଂ ଅଧିକାରୀଙ୍କୁ ଉପେକ୍ଷା କରାଯାଉଛି। ପୁରୁଣା ସରକାରଙ୍କୁ ଗୁହାରି କରିଥିଲେ ସେ ଶୁଣିଲେନି, ନୂଆ ସରକାର କ୍ଷମତାକୁ ଆସିବା ପରେ ମଧ୍ୟ ବାରମ୍ବାର ଦାବି ଜଣାଇବା ପରେ ସମସ୍ୟାର ସମାଧାନ ହେଲାନାହିଁ। ତେଣୁ ଦାବି ପୂରଣ ପାଇଁ ବିକଳ୍ପ ପନ୍ଥା ଗ୍ରହଣ କରିବେ ନର୍ସିଂ ଅଧିକାରୀ। ଆସନ୍ତା ୧୪ ତାରିଖରୁ ରାଜ୍ୟର ସମସ୍ତ ନର୍ସିଂ ଅଧିକାରୀ କଳା ବ୍ୟାଜ୍ ପରିଧାନ କରିବା ସହିତ ୨୧ ତାରିଖରୁ ରୋଗୀସେବାରେ ବାଧା ନଦେଇ ଆନ୍ଦୋଳନ କରିବା ନିମନ୍ତେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେଇଛନ୍ତି। ଯଦି ରାଜ୍ୟ ସରକାର ଦାବିଗୁଡିକ ଉପରେ ଦୃଷ୍ଟି ନଦିଅନ୍ତି ତେବେ ଆସନ୍ତା ୨୭ ତାରିଖରୁ ଅନିର୍ଦିଷ୍ଟ ସମୟ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି  ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଓଡିଶା ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ଏବଂ ସମସ୍ତ ଜିଲାର ପ୍ରତିନିଧିମାନେ ଯୋଗ ଦେଇଥିଲେ। ରାଜ୍ୟ ସଭାନେତ୍ରୀ ସୁଚିସ୍ମିତା ଦାସଙ୍କ ଅଧ୍ୟକ୍ଷତାରେ ନର୍ସିଂ ଅଧିକାରୀମାନଙ୍କ ୧୦ ଦଫା ଦାବି ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ବିଶେଷ କରି ୪୦ ବର୍ଷ ପୂର୍ବରୁ ତିଆରି ହୋଇଥିବା ସଂଘର ପୁରୁଣା ସମ୍ବିଧାନରେ ଥିବା ବିଭିନ୍ନ ନିୟମଗୁଡିକୁ ସଂଶୋଧନ କରିବା ପାଇଁ ନିଷ୍ପତ୍ତି ହୋଇଛି। ନଭେମ୍ବରରେ ରାଜ୍ୟସ୍ତରୀୟ ସାଧାରଣ ସଭାରେ ଉକ୍ତ ନିୟମ ଗୁଡିକୁ ଅନୁମୋଦନ କରାଯିବା ସହିତ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଦାବିଗୁଡିକ ମଧ୍ୟରେ ନର୍ସିଂ ଅଧିକାରୀଙ୍କ ୨୦୧୩ ପୂର୍ବରୁ ୬ ବର୍ଷ ଚୁକ୍ତିଭିତ୍ତିକ ଚାକିରି ଅବଧିକୁ ମୂଳ ଚାକିରିରେ ମିଶାଇବା, ନର୍ସିଂ ଅଧିକାରୀଙ୍କୁ ବରିଷ୍ଠତା ଭିତ୍ତିରେ ପଦୋନ୍ନତି ଦେବା, ଡ୍ରେସ୍ କୋଡ଼ ପରିବର୍ତ୍ତନ କରିବା ଏବଂ ନର୍ସିଂ ଅଧିକାରୀଙ୍କ ଛୁଟି ବାବଦରେ ଥ‌ିବା ଅସଙ୍ଗତିକୁ ଦୂର କରିବା ଆଦି ରହିଛି। କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଅଶ୍ବିନୀ କୁମାର ଦାସ, ଉପସଭାପତି ମୁରଲୀଧର ମିଶ୍ର, ରିଲୁ କୁମାର ପଲେଇ, ଗୁରୁବାରୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories