www.samajalive.in
Thursday, December 11, 2025
18.1 C
Bhubaneswar

ସରପଞ୍ଚଙ୍କ ବହିଷ୍କାର ଦାବି : ପଞ୍ଚାୟତରେ ତାଲା ପକାଇଲା କୁଇ ସମାଜ

ତୁମୁଡ଼ିବନ୍ଧ: କନ୍ଧମାଳ ଜିଲାର କ.ନୂଆଗାଁ ବ୍ଲକ ମହାସିଙ୍ଗ ପଞ୍ଚାୟତରେ ସରପଞ୍ଚଙ୍କ ବହିଷ୍କାର ଦାବି ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଯାଇଥିବା ଜଣାପଡିଛି। ସୂଚନାମୁତାବକ, ମହାସିଙ୍ଗ କୁଇ କୁଳ ସମିତିର ଶତାଧିକ ମହିଳା ଓ ପୁରୁଷମାନେ ସରପଞ୍ଚଙ୍କ ପ୍ରତି ଅସନ୍ତୋଷ ହୋଇ ଏହି ପଦକ୍ଷେପ ନେଇଛନ୍ତି। ମହିଳା ସରପଞ୍ଚ ନୀଳିମା ମଳିକ ଆଦିବାସୀ ଜାତି ହଡପ କରି ପଞ୍ଚାୟତ ର୍ନିବାଚନରେ ଜିତିଥିବା ଅଭିଯୋଗ କରିଛନ୍ତି। କୁଇ କୁଳ ସମିତି ପଞ୍ଚାୟତ ସଭାପତି ଲୁସିବନ ମଲିକ ଓ ବରିଷ୍ଠ ନେତା ବିପ୍ର ଚରଣ ପ୍ରଧାନ ନିର୍ବାଚନରେ ଜିତିବା ପରଠାରୁ ଜାତି ହଡପ ନେଇ ଜିଲା ପ୍ରଶାସନଠାରୁ ଆରମ୍ଭ କରି ନିର୍ବାଚନ କମିଶନ ସମସ୍ତଙ୍କୁ ଅଭିଯୋଗ ହୋଇଥିଲା। ମାତ୍ର ସରପଞ୍ଚ ନୀଳିମା ମଳିକଙ୍କୁ ବହିଷ୍କାର କରାଯାଇନାହିଁ। ତେଣୁ ଶୁକ୍ରବାର ଶତାଧିକ ମହିଳା ଓ ପୁରୁଷ ଜାଲ କରି ଜାତି ହଡପ କରି ସରପଞ୍ଚ ନିର୍ବାଚନରେ ଜିତିଥିବା ଅଭିଯୋଗ କରିବା ସହ ମହିଳାଙ୍କୁ ତୁରନ୍ତ ପଦବୀରୁ ବହିଷ୍କାର ସହ ଗିରଫ ଦାବି କରି ତାଲା ପକାଇଛନ୍ତି। ଯେତେଦିନ ପର୍ଯ୍ୟନ୍ତ ସରପଞ୍ଚଙ୍କୁ ବହିଷ୍କାର କରାଯାଇ ନଥିବ ସେତେ ଦିନ ପର୍ଯ୍ୟନ୍ତ ତାଲା ଝୁଲିବ ବୋଲି ଉତ୍ତେଜିତ ଲୋକେ ଚେତାବନି ଦେଇଛନ୍ତି। ସେହିଭଳି ସେମାନେ ଆଗାମୀ ଦିନରେ ରାସ୍ତାକୁ ଓହ୍ଲାଇବାକୁ ଚେତାବନି ଦେଇଛନ୍ତି। ଅପରପକ୍ଷେ ସରପଞ୍ଚ ନୀଳିମା ମଳିକ ସମସ୍ତ ପ୍ରକାର ତଦନ୍ତକୁ ସ୍ୱାଗତ କରିବା ସହିତ ସଠିକ ପକ୍ରିୟାରେ ନିର୍ବାଚନ ଜିତିଥିବା ପ୍ରତିକ୍ରିୟାରେ କହିଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories