www.samajalive.in
Tuesday, December 9, 2025
16.1 C
Bhubaneswar

ବିଜେଡି ସରକାରର ବିକାଶ ଯୋଜନା ବଞ୍ଚିବାକୁ ଦେଇଥିଲା ଶକ୍ତି: ନବୀନ ପଟ୍ଟନାୟକ

ଭୁବନେଶ୍ୱର : କନ୍ଧମାଳ ଜିଲା ଦାରିଙ୍ଗିବାଡ଼ି ବ୍ଲକ ଗଦାପୁର ପଞ୍ଚାୟତ ଅନ୍ତର୍ଗତ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଖାଇ ୨ଜଣଙ୍କ ମୃତ୍ୟୁ ଓ ୬ଜଣ ଗୁରୁତର ହୋଇଥିବା ଘଟଣାକୁ ନେଇ ବିଜେଡି ସୁପ୍ରିମୋ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ଯେ ବର୍ତ୍ତମାନ ବିଜେପି ସରକାର ବିନା କାରଣରେ ଗରିବ ଆଦିବାସୀଙ୍କ ଚାଉଳକୁ ବନ୍ଦ କରିଛନ୍ତି। ସେମାନେ ଆମ୍ବ ଟାକୁଆ ଜାଉ ଖାଉଛନ୍ତି, ଯାହା ବହୁତ ଦୁଃଖର କଥା। କନ୍ଧମାଳ ଜିଲାର ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ୬ଜଣ ଚିକିତ୍ସିତ ହେଉଛନ୍ତି । ଏହା ଅତି ଗମ୍ଭୀର ପ୍ରସଙ୍ଗ କହି ନବୀନ କ୍ଷୋଭ ପ୍ରକାଶ କରିବା ସହ ପୂର୍ବ ସରକାରଙ୍କ ବାର ବର୍ଷର ତପସ୍ୟାକୁ ବିଜେପି ଶୁଖୁଆ ପୋଡ଼ାରେ ପୋଡ଼ି ଦେଲେ ବୋଲି ସେ କଟାକ୍ଷ କରିଛନ୍ତି। ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁବରଣ ପ୍ରସଙ୍ଗରେ ବିରୋଧୀ ଦଳ ନେତା ରାଜ୍ୟ ସରକାରଙ୍କୁ ଘେରିବା ସହ ବିଜେଡି ସରକାର ଆରମ୍ଭ କରିଥିବା ବିକାଶ ମୂଳକ ଯୋଜନା ଲୋକଙ୍କୁ ବଞ୍ଚିବାକୁ ଶକ୍ତି ଦେଇଥିଲା ବୋଲି ପ୍ରକାଶ କରିଛନ୍ତି।

ଇତି ମଧ୍ୟରେ ଆରଡିସି ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ସରକାରଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ଏହା ଏକ ସମ୍ବେଦନହୀନ ସରକାର ଏବଂ ଏଥିପାଇଁ ଦାୟୀ ଜିଲା ଯୋଗାଣ ଅଧିକାରୀ ଓ ବିଭାଗୀୟ କର୍ମକର୍ତ୍ତାଙ୍କୁ ଗଳାବାଟରେ ଖସାଇ ଦେବା ପାଇଁ ଉଦ୍ୟମ ଚଳାଇଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ଆଦିବାସୀ ହୋଇଥିବାରୁ ଆମ୍ବ ଟାକୁଆ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ କି ନାହିଁ ସେ ସ୍ପଷ୍ଟ କରିବା ଉଚିତ।

- Advertisement -

ଏଭଳି ସ୍ପର୍ଶକାତର ଘଟଣାରେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ବିଜେଡି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ଦାୟିତ୍ବହୀନ ମନ୍ତବ୍ୟ ଲାଗି ରାଜ୍ୟବାସୀଙ୍କ ନିକଟରେ କ୍ଷମା ମାଗିବାକୁ ବିଜେଡି ଦାବି କରିଛି। କନ୍ଧମାଳ ଭଳି ଅନଗ୍ରସର ଅଞ୍ଚଳରେ ଇଣ୍ଟରନେଟ ସୁବିଧା ଠିକ ଭାବେ ମିଳୁନଥିବାବେଳେ ହିତାଧିକାରୀ ଇ-କେୱାଇସି କେମିତି ପୂରଣ କରିବେ ବୋଲି ପ୍ରଶ୍ନ କରି ସେ କହିଛନ୍ତି ଯେ ଏହାକୁ ଆଳ କରି ଚାଉଳ ନ ଦିଆଯିବା ଗଭୀର ଉଦବେଗର ବିଷୟ। ଘରେ ଗଣ୍ଡେ ଚାଳଉଳ ନ ଥିଲେ ଆମ୍ବ ଟାକୁଆ ଜାଉ  ସେମାନଙ୍କ ବିକଳ୍ପ ହୋଇଯାଉଛି ଏବଂ ସେଥିପାଇଁ ସରକାର ସମ୍ପୂର୍ଣ୍ଣ ଦାୟି ବୋଲି ମତ ଦେବା ସହ ଜିଲାପାଳଙ୍କ ଠାରୁ ଆମ୍ଭ କରି ପିଡିଏସ ବ୍ୟବସ୍ଥାରେ ଜଡ଼ିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories