କୁଇ କବିତା ଗାଇ ରାଜ୍ୟସ୍ତରୀୟ କବିସମ୍ମିଳନୀରେ ସମ୍ମାନିତ ହେଲେ କନ୍ଧମାଳର କୁଇ କବି

ଫୁଲବାଣୀ- କନ୍ଧମାଳ ଜିଲ୍ଲାର ଭୁବନେଶ୍ୱର ସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା କେନ୍ଦ୍ର ଠାରେ ଜନଜାତି ଗୌରବ ଦିବସ ସମାରୋହ ଉପଲକ୍ଷେ ଆୟୋଜିତ ହୋଇଥିବା ରାଜ୍ୟ ସ୍ତରୀୟ କବି ସମ୍ମିଳନୀରେ ଯୋଗ ଦେଇ କୁଇ କବିମାନ ସମ୍ମାନିତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଦ୍ଵାରା ଜନ ଜାତି ଗୌରବ ଦିବସରେ ବିଭିନ୍ନ ଜିଲ୍ଲାର କବି ମାନଙ୍କୁ ନେଇ ବୁଧବାର ସହିଦ୍ ଲକ୍ଷ୍ମଣ ନାୟକ ଜନ୍ମ ଦିବସରେ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଜଗନ୍ନାଥ ସାରକା, ମୁଖ୍ୟ ବକ୍ତା ରୂପେ ପ୍ରଖ୍ୟାତ କବି ଦାଶ ବେନହୁର ସମ୍ମାନିତ ଅତିଥିରେ ଇନ୍ଦ୍ରମଣି ତ୍ରିପାଠୀ ନିର୍ଦ୍ଦେଶକ, ଆସିଷ୍ଟାଣ୍ଟ ଡାଇରେକ୍ଟର ସମରେନ୍ଦ୍ର ଭୂତିଆ,ଉପ ନିର୍ଦ୍ଦେଶକ ସନ୍ତୋଷ ରଥ ଯୋଗ ଦେଇଥିଲେ। ସମ୍ମିଳନୀରେ କୁଇ,ସଉରା,ବିଂଝାଲ,କୋୟା,କୋରାପୁଟ,ଦେଶିଆ,ଗଦବା,ଗଣ୍ଡି ର କବି ମାନେ ଅଂଶଗ୍ରହଣ କରି ଥିଲେ।

prayash

ଭାବ ବିହ୍ୱଳତା ହିଁ ଜଣେ ମନୁଷ୍ୟକୁ କବି କରି ଗଢି ତୋଳିଥାଏ । ଆଦ୍ୟ କାଳରୁ ହିଁ ଆଦିବାସୀ ମାନେ କବି ପ୍ରତିଭାର ଅଧିକାରୀ କାରଣ ପ୍ରକୃତି କୋଳରେ ଜନ୍ମଗ୍ରହଣ କରି ପର୍ବତ, ଝରଣା ନିକଟରେ ବସବାସ କରି ସାହିତ୍ୟ ସୃଷ୍ଟି କରିଥିଲେ ସେହି ପ୍ରତିଭା କେବଳ ଆଦିବାସୀ ସମାଜରେ ଦେଖାଯାଏ। ଆଉ ସରକାର ମଧ୍ୟ ସେଥିପାଇଁ ଆଦିବାସୀ ମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦେକ୍ଷପ ନେଇଛନ୍ତି । ଆଉ ଆଗକୁ ମଧ୍ୟ ଏହି ପରି କବି ସମ୍ମିଳନୀ କାର୍ଯ୍ୟ କ୍ରମ କରାଯିବ ବୋଲି ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ଏଥିରେ କନ୍ଧମାଳ ଜିଲ୍ଲାର ଦୀନ ବନ୍ଧୁ କହଁର, ଡା. ନିରଦଚନ୍ଦ୍ର କହଁର, ପ୍ରଦୀପ କହଁର,ଗଣ ପତି ମଲିକ, ବିଶ୍ବମ୍ବର ପ୍ରଧାନ, କରୁଣାକର ପ୍ରଧାନ, ଭୃଙ୍ଗରାଜ କହଁର, ମେଦିନୀଧର ଜାନୀ ପ୍ରମୁଖ କବିମାନେ ଯୋଗ ଦେଇଥିଲେ । କୁଇ କବିତା ପଠନ କରି କାର୍ଯ୍ୟ କ୍ରମରେ ଉପସ୍ଥିତ ଅତିଥି ମାନଙ୍କୁ ବିମୋହିତ କରି ଥିଲେ । ଶେଷରେ ଯୋଗଦେଇ ଥିବା ସମସ୍ତ କବିମାନଙ୍କୁ ଉପଢୌକନ ଓ ମାନପତ୍ର ଏବଂ ସ୍ମୃତି ଉପହାର ଦେଇ ସମ୍ମାନିତ କରାଯାଇଥିଲା।

Comments are closed.