www.samajalive.in
Sunday, December 14, 2025
23.1 C
Bhubaneswar

ଜିଲାପାଳ ନେଲେ ଦ୍ୱିତୀୟ ଡୋଜ କୋଭିସିଲଡ୍‌ ଟିକା

ଫୁଲବାଣୀ:ଆଜି କନ୍ଧମାଳ ଜିଲାପାଳ ଡା.ବୃନ୍ଦା ଡିଙ୍କୁ ଆଜି ଦିଆଯାଇଛି କରୋନା ଭ୍ୟାକ୍ସିନ କୋଭିସିଲଡର ଦ୍ୱୀତିୟ ଡୋଜ। ସେହିଭଳି ଜିଲାର ଅନ୍ୟ କେତେକ ଅଧିକାରୀଙ୍କ ସମେତ ଅନ୍ୟମାନେ ମଧ୍ୟ ଗ୍ରହଣ କରିଛନ୍ତି ଦ୍ୱିତୀୟ ଡ଼ୋଜ୍। ସ୍ଥାନୀୟ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଚାଲିଥିବା ଟିକାକରଣ କେନ୍ଦ୍ରରେ ଆଜି ଜିଲାପାଳ ନେଇଥିଲେ ଦ୍ୱିତୀୟ ଡୋଜ କୋଭିସିଲଡ୍‌ ଟିକା। ଏଥିସହ ଆଜି ଜିଲାର ବିଭିନ୍ନ ଟିକାକରଣ କେନ୍ଦ୍ରରେ ସମୁଦାୟ ୧୨୭୩ ଜଣଙ୍କୁ କୋଭିଡ-୧୯ ଟିକା ଦିଆଯାଇଛି ବୋଲି କନ୍ଧମାଳ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Image Courtesy: PTI

ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଚାଲିଥିବା ଏହି ଟିକାକରଣ କାର୍ଯ୍ୟକ୍ରମରେ ଆଜି ପର୍ଯ୍ୟନ୍ତ ସମଗ୍ର କନ୍ଧମାଳ ଜିଲାର ୧୨ ଟି ବ୍ଳକରେ ସମୁଦାୟ ୨୨ ହଜାର ୮୯୯ ଜଣଙ୍କୁ ଟିକା ଦିଆ ଯାଇଥିବା ଜଣାପଡିଛି। ସେଥିମଧ୍ୟରୁ ୭୧୦୭ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଦିଆଯାଇଥିବା ବେଳେ ୫୯୨୭ ଜଣଙ୍କୁ ଦ୍ୱିତୀୟ ଡୋଜ, ୪୩୪୬ ଜଣ ଆଗ ଧାଡିର ସରକାରୀ କର୍ମଚାରୀଙ୍କୁ ପ୍ରଥମ ଡୋଜ ଏବଂ ୧୨୨୫ ଜଣଙ୍କୁ ଦ୍ୱୀତିୟ ଡୋଜ ଦିଆଯାଇଛି। ସେହିଭଳି କନ୍ଧମାଳ ଜିଲାରେ ଆଜି ପର୍ଯନ୍ତ ୪୦୦୮ ଜଣ ୬୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ କୋଭିସିଲଡ୍‌ ଟିକା ନେଇଛନ୍ତି। ୪୫ରୁ ୬୦ ବର୍ଷ ଭିତରେ ଜଟିଳ ରୋଗ ଭୋଗୁଥିବା ୨୮୬ ଜଣଙ୍କୁ ମିଲିଛି କରୋନା ଟିକା।
ସୂଚନା ଅନୁସାରେ ଗତ ଚାରିଦିନ ହେଲା ଜିଲାରେ କୋଭିଡ ସଂକ୍ରମଣ ଶୂନ ରହିଛି। ମହାମାରୀକୁ ଏକ ବର୍ଷ ପୂରିବାକୁ ଯାଉଥିବା ବେଳେ କନ୍ଧମାଳ ଜିଲାରେ ଆଜିସୁଦ୍ଧା କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୫୯୫୧ ରହିଛି। ଏଥି ମଧ୍ୟରୁ ୫୯୧୮ ଜଣ ସୁସ୍ଥ ହୋଇଥିବା ବେଳେ ୩୩ ଜଣ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories