www.samajalive.in
Sunday, December 14, 2025
14.1 C
Bhubaneswar

ଜଳୁଛି ସଂରକ୍ଷିତ ଜଙ୍ଗଲ, ନାକେଦମ ବନବିଭାଗ

ଗୁଣପୁର : ସଂରକ୍ଷିତ ଜଙ୍ଗଲେ ଲାଗିଛି ନିଆଁ, ଏହାକୁ ଆୟତ୍ତ କରିବାକୁ ନକେଦମ ହେବାକୁ ପଡୁଛି ବନବିଭାଗକୁ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲା ଗୁଣପୁର ବନାଞ୍ଚଳରେ। ଜଙ୍ଗଲର ପାଦଦେଶରେ ପୋଡୁଚାଷ  ଆରମ୍ଭ କରିଛନ୍ତି ଆଦିବାସୀମାନେ। ବର୍ଷ ତମାମ ଜଙ୍ଗଲ ସଫା କରିବାପରେ ନିଆଁ ଲଗାଇବା ଏହା ହିଁ ଉପଯୁକ୍ତ ସମୟ ପୋଡୁ ଚାଷୀମାନଙ୍କରେ। ଏହିଭଳି ପୋଡୁ ଚାଷ ଗତକିଛି ବର୍ଷହେଲା ଆଶାତୀତ ବୃଦ୍ଧି ପାଇଛି। ଏମାନଙ୍କୁ ସଚେତନତା ସୃଷ୍ଟି କରିବାରେ ବନବିଭାଗ ବିଫଳ ସାଙ୍ଗକୁ ଆଦିବାସୀମାନଙ୍କ ମୁଖ୍ୟ ଜୀବିକା ଏହି ପୋଡୁ ଚାଷ, ମହୁଳ, କାଜୁ ଅଟେ। ତେଣୁ ଏମାନେ ସରକାରୀ ବିଧିବ୍ୟବସ୍ଥାକୁ କୋଣଠେସା କରି ହେକ୍ଟର ହେକ୍ଟର ଜଙ୍ଗଲରେ ନିଆଁ ଲଗାଇବାକୁ ପଛାଉନାହାନ୍ତି ଏହି ଚାଷୀମାନେ। ଜଙ୍ଗଲର ନିଆଁ ଲଗାଇବା ଦ୍ୱାରା ଦୁର୍ଲଭ ଗଛ ସାଙ୍ଗକୁ ବହୁ ପଶୁପକ୍ଷୀ ଅକାଳ ଝଡି ପଡୁଛନ୍ତି। ତାହା ସହ ପଶୁପକ୍ଷୀ ଗାଁ ମୁହାଁ ହେବା ସହ ଉକ୍ତ ନିଆଁ ଲାଗି ଜଙ୍ଗଲ ପାଦଦେଶରେ ଥିବା ବସତି ପ୍ରତି ବିପଦସୃଷ୍ଟି କରୁଛି। ଆଜି ଗୋଟିଏ ଦିନରେ ଗୁଣପୁର ବନାଞ୍ଚଳରେ ୪ଟି ଜଙ୍ଗଲର ସ୍ଥାନେ ସ୍ଥାନେ ନିଆଁ ଲାଗିଛି। ଚିନାସାରୀ, ମୁକୁନ୍ଦପୁର ବନାଞ୍ଚଳର ୪ଟି ଜଙ୍ଗଲରେ ନିଆଁ ଲାଗିବା ସୂଚନା ପାଇଁ ସ୍ଥାନୀୟ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି। ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବାରୁ ନିଆଁକୁ ଆୟତ୍ତ କରିବା ବନବିଭାଗକୁ ନାକେଦମ ହେବାକୁ ପଡୁଥିବା ଦେଖିବାକୁ ମିଳିଛି। ପ୍ରତି ଦିନ ଏଭଳି ଜଙ୍ଗଲରେ ନିଆଁ ଲାଗୁଥିବା ବେଳେ ବନବିଭାଗ କିଭଳି ଏହାର ମୁକାବିଲା କରି ପାରିବ ସେନେଇ ଚିନ୍ତାରେ ପଡିଛି। ଏନେଇ ସ୍ଥାନୀୟ ରେଞ୍ଜର ରଞ୍ଜନ କୁମାର ମହାନ୍ତିଙ୍କୁ ପଚାରିବାରୁ ଜଙ୍ଗଲର ନିଆଁର ସ୍ଥିତି ନିୟନ୍ତ୍ରଣ କରିବାକୁ ବିଭିନ୍ନ ଜଙ୍ଗଲରେ ଆମ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଆୟତ୍ତ କରିବାକୁ ଉଦ୍ୟାମ କରାଯାଉଛି ବୋଲି ମତବ୍ୟକ୍ତ କରିଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories