www.samajalive.in
Sunday, December 7, 2025
23.1 C
Bhubaneswar

କାଞ୍ଚନ କର୍ପୋରେଟ ଆୱାର୍ଡ ପ୍ରଦାନ

ଭୁବନେଶ୍ବର: କାଞ୍ଚନ ଫାଉଣ୍ଡେସନ ତରଫରୁ ତୃତୟ କାଞ୍ଚନ କର୍ପୋରେଟ ଆୱାର୍ଡ଼ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ତାପସ ରଞ୍ଜନ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ସମ୍ମାନିତ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଇ ଆଣ୍ଡ ଆଇଟି ଉପଦେଷ୍ଟା ଅନୁଭବ ପଟ୍ଟନାୟକ, ଜୟଦେବ ବିଧାୟକ ଅରବିନ୍ଦ ଢାଲି, ନାଲ୍କୋର ଏଚ୍ଆର ନିର୍ଦ୍ଦେଶକ ରାଧାଶ୍ୟାମ ମହାପାତ୍ର, କାଞ୍ଚନ ଫାଉଣ୍ଡେସନର ଉପଦେଷ୍ଟା ତଥା ସମାଜସେବୀ ସୁଚିସ୍ମିତା ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ୧୭ ଜଣ କର୍ପୋରେଟ କମ୍ପାନୀଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। କାଞ୍ଚନ ଫାଉଣ୍ଡେସନର ଏତାଦୃଶ କାର୍ଯ୍ୟକ୍ରମକୁ ଅତିଥିମାନେ ଭୟସୀ ପ୍ରଶଂସା କରିଥିଲେ। ଅତିଥିମାନେ ମତବ୍ୟକ୍ତ କରିଥିଲେ ଯେ, କାଞ୍ଚନ ଫାଉଣ୍ଡେସନ ଯେଉଁ ଅଭିନବ ଉପାୟରେ କର୍ପୋରେଟ ସଂସ୍ଥାମାନଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି, ତାହାର ପ୍ରଭାବରେ ବହୁ କର୍ପୋରେଟ ସଂସ୍ଥା ଓ ଯୁବଗୋଷ୍ଠୀ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହୋଇପାରିବେ ଓ ସମାଜସେବାରେ ନିଜକୁ ନିୟୋଜିତ କରିବାରେ ସହାୟକ ହେବ।
ଏହି କାର୍ଯ୍ୟକ୍ରମରେ ସଭାପତି ରଞ୍ଜନ କୁମାର ମହାପାତ୍ର, ଉପସଭାପତି ବିଶ୍ୱଜିତ ସାମନ୍ତରାୟ, ଜିତୁ ପ୍ରସାଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଶୁଭଜିତ ପଣ୍ଡା ମଞ୍ଚ ପରିଚଳନା କରିଥିଲେ।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories