www.samajalive.in
Sunday, December 7, 2025
14.1 C
Bhubaneswar

ଜୋରିମାନା ଦାଖଲ କଲେ ଉପମୁଖ୍ୟମନ୍ତ୍ରୀ

କଟକ : ପାଟଣାଗଡ଼ ବିଧାନସଭା ନିର୍ବାଚନ ମାମଲାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ହାଇକୋର୍ଟ ବାର୍‌‌ ଆଇନଜୀବୀ କଲ୍ୟାଣ ପାଣ୍ଠିରେ ୨ ହଜାର ଟଙ୍କାର ଜୋରିମାନା ଅର୍ଥ ଦାଖଲ କରିଛନ୍ତି। ଏଥିସହ ଉପମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଆଉ ଦୁଇଟି ଅନ୍ତରୀଣ ପିଟିସନ୍‌‌ ମଧ୍ୟ ଦାଖଲ କରାଯାଇଥିବା ଅଦାଲତଙ୍କୁ ଅବଗତ କରାଯାଇଛି। ଗୋଟିଏ ଅନ୍ତରୀଣ ପିଟିସନ୍‌‌ରେ ଏହି ମାମଲାକୁ ଶୁଣାଣି ପୂର୍ବରୁ ଖାରଜ ପାଇଁ ପ୍ରାର୍ଥନା କରାଯାଇଛି। ଅନ୍ୟ ଏକ ପିଟିସନ୍‌‌ରେ ମାମଲାର ଶୁଣାଣି ଗଣମାଧ୍ୟମରେ ପ୍ରକାଶ ଉପରେ ରୋକ୍‌‌ ଲଗାଇବା ପାଇଁ ମଧ୍ୟ ପ୍ରାର୍ଥନା କରାଯାଇଛି। ଏହି ଦୁଇଟି ଅନ୍ତରୀଣ ପିଟିସନ୍‌‌ ଉପରେ ଆବେଦନକାରୀ ପ୍ରତି ଜବାବ ରଖିବେ ବୋଲି ଅଦାଲତଙ୍କଠାରୁ ସମୟ ଲୋଡ଼ିଥିଲେ। ମାମଲାର ଶୁଣାଣି ମାର୍ଚ୍ଚ ୭କୁ ଧାର୍ଯ୍ୟ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories