www.samajalive.in
Saturday, December 6, 2025
23.1 C
Bhubaneswar

କାଶ୍ମୀର ପ୍ରସଙ୍ଗରେ ତୁର୍କୀ ରାଷ୍ଟ୍ରପତିଙ୍କ ମନ୍ତବ୍ୟ: ଭାରତର ଦୃଢ଼ ପ୍ରତିବାଦ

ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ତୁର୍କୀ ରାଷ୍ଟ୍ରପତି ରିସେପ୍ ତାଇପ ଏର୍ଦୋଗାନ ଦେଇଥିବା ଆପତ୍ତିଜନକ ମନ୍ତବ୍ୟକୁ ଭାରତ ଦୃଢ ବିରୋଧ କରିଛି। ଶୁକ୍ରବାର ଭାରତର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ଯେ, କାଶ୍ମୀର ପ୍ରସଙ୍ଗରେ ଏର୍ଦୋଗାନଙ୍କ ମନ୍ତବ୍ୟ ଅନାବଶ୍ୟକ ଓ ନିନ୍ଦନୀୟ। ଭାରତର ସାର୍ବଭୌମତ୍ବ ଓ ଅଖଣ୍ଡତା ସମ୍ପର୍କରେ କୌଣସି ପ୍ରକାର ମନ୍ତବ୍ୟ ଦେବାର ଅଧିକାର ତୁର୍କୀ ପାଖରେ ନାହିଁ। ଜାମ୍ମୁ-କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଂଶ। କାଶ୍ମୀର ସମସ୍ୟା ଭାରତର ଏକ ଆଭ୍ୟନ୍ତରୀଣ ବ୍ୟାପାର। ଏହାକୁ କିପରି ସମାଧାନ କରାଯିବ ତାହା ଭାରତର ନିଜସ୍ବ ନିଷ୍ପତ୍ତି ପରିସର। ଏଥିରେ ଅନ୍ୟ କୌଣସି ରାଷ୍ଟ୍ର ହସ୍ତକ୍ଷେପ କିମ୍ବା ମତାମତ ଦେବା ଉଚିତ୍ ନୁହେଁ। ଏର୍ଦୋଗାନଙ୍କ ମନ୍ତବ୍ୟକୁ ଭାରତ ଅଗ୍ରାହ୍ୟ କରିବା ସହିତ ଏହି ପ୍ରସଙ୍ଗରେ ନୂଆଦିଲ୍ଲୀସ୍ଥିତ ତୁର୍କୀ ରାଷ୍ଟ୍ରଦୂତଙ୍କ ନିକଟରେ ପ୍ରତିବାଦ ଜଣାଇଛି। ଭାରତ କହିଛି ଯେ ଏର୍ଦୋଗାନ ଜାମ୍ମୁ-କାଶ୍ମୀର ସମସ୍ୟା ପରିବର୍ତ୍ତେ ପାକିସ୍ତାନର ସୀମା ପାର ଆତଙ୍କବାଦୀ କାର୍ଯ୍ୟକଳାପକୁ ଆନ୍ତର୍ଜାତିକ ମହଲରେ ଉଠାଇବା ଦରକାର। ଗତ ସପ୍ତାହରେ ଏର୍ଦୋଗାନ କହିଥିଲେ ଯେ କାଶ୍ମୀର ସମସ୍ୟାକୁ ଜାତିସଂଘ ପ୍ରସ୍ତାବ ଆଧାରରେ ସମାଧାନ କରାଯିବା ଦରକାର। କାଶ୍ମୀରବାସୀଙ୍କ ଆଶା ଓ ଆକାଂକ୍ଷା ଆଧାରରେ ଏହାର ସମାଧାନ ହେବା ଉଚିତ୍। ସେ ଆହୁରି କହିଥିଲେ କାଶ୍ମୀର ଭାଇଙ୍କ ସହିତ ତୁର୍କୀ ପୂର୍ବପରି ତାର ସମର୍ଥନ ବଜାୟ ରଖିଛି। କାଶ୍ମୀର ପ୍ରସଙ୍ଗକୁ ଆନ୍ତର୍ଜାତିକ ମହଲରେ ଉଠାଇବା ଲାଗି ତୁର୍କୀକୁ ପାକିସ୍ତାନ ବାରମ୍ବାର ଉସକାଉଛି। ମାତ୍ର ଭାରତ କହୁଛି ଯେ କାଶ୍ମୀର ହେଉଛି ଭାରତ-ପାକିସ୍ତାନର ଦ୍ବିପାକ୍ଷିକ ସମସ୍ୟା। ଏଥିରେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପକୁଗ୍ରହଣ କରାଯିବ ନାହିଁ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories