www.samajalive.in
Monday, December 15, 2025
17.1 C
Bhubaneswar

ବନ୍ଦ ଘରୁ ପ୍ରଧାନଶିକ୍ଷୟିତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା: ସହକର୍ମୀ ଶିକ୍ଷକ ଗିରଫ, ସିନ୍ ରିକ୍ରିଏସନ୍‌ କଲା ପୁଲିସ

କାମାକ୍ଷାନଗର: ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ଗୁନେଇବିଲି ଗାଁରେ ବନ୍ଦ ଘରୁ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତୀ ଦେହୁରୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୁଲିସକୁ ମିଳିଛି ବଡ଼ ସଫଳତା। ହତ୍ୟାକାଣ୍ଡର ଅଭିଯୁକ୍ତକୁ ଗିରଫ ସହ ସିନ୍ ରିକ୍ରିଏସନ କରିଛି ପୁଲିସ। ପଞ୍ଚଶଖା ସରକାରୀ ଉଚ୍ଚ ବିଦ୍ୟାଳୟର ସହକର୍ମୀ କଳା ଶିକ୍ଷକ ସୋମନାଥ ବିଶ୍ୱାଳକୁ ଗିରଫ କରି ଗୁନେଇବିଲି ଗାଁସ୍ଥିତ ପ୍ରଭାତୀଙ୍କ ଶ୍ବଶୂର ଘରେ ସିନ୍ ରିକ୍ରିଏସନ କରିଛି ପୁଲିସ। ଓଢଣୀରେ ପ୍ରଭାତୀଙ୍କ ତଣ୍ଟି ଚିପି ହତ୍ୟା କରିଥିଲା ସୋମନାଥ।

ମିଳିଥିବା ସୂଚନା ଅନୁସାରେ, ପ୍ରଭାତୀଙ୍କ ସ୍ୱାମୀ ସତ୍ୟାନନ୍ଦ ପଧାନଙ୍କ ମୃତ୍ୟୁପରେ ସୋମନାଥ ୨୦୨୩ ମସିହାଠାରୁ ତାଙ୍କ ସହ ପ୍ରେମ ସମ୍ପର୍କରେ ରହି ଆସୁଥିଲେ। ଗତ ୧୯ ତାରିଖ ରାତିରେ ସୋମନାଥ ତାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି। କଥା କଟାକଟିକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରଥମେ ବଚସା ଏବଂ ପରେ ଏହା ହତ୍ୟାର ରୂପ ନେଇଥିବା ସୋମନାଥ ସ୍ୱୀକାର କରିଛି। ଉଭୟଙ୍କ ପ୍ରେମରେ ଅନ୍ୟ ଜଣେ ବାଧକ ସୃଷ୍ଟି ହେବା କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିବା ନିଜ ବୟାନରେ କହିଛି ସୋମନାଥ। ବାସ୍ତବରେ ଘଟଣାର ପର୍ଦ୍ଦାଫାଶ ପରେ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ। ସୋମନାଥ ଏବଂ ପ୍ରଭାତୀ ଉଭୟେ ବିବାହିତ ଏବଂ ତୁମୁସିଙ୍ଗା ପଞ୍ଚଶଖା ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ।

- Advertisement -

ଅପରପକ୍ଷେ ଏହି ହତ୍ୟାକାଣ୍ଡରେ ସାମ୍ନାକୁ ଆସିଛି ଆଉ ଏକ ନାଁ। କିଏ ସେ ତାପସ ପାତ୍ର। ଏମାନଙ୍କ ସହିତ ତାଙ୍କର ସମ୍ପର୍କ କ’ଣ। ଏହାକୁ ନେଇ ପୋଲିସ ତନାଘନା ଆରମ୍ଭ କରିଛି। ଘଟଣା ସ୍ଥଳରେ ଏସଡିପିଓ ଜ୍ଞାନରଞ୍ଜନ ମିଶ୍ର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ, ଗୁନେଇବିଲି ଗାଁରେ ଥିବା ଏକ ବନ୍ଦ କୋଠରୀରୁ ଗୁରୁବାର ଜଣେ ପ୍ରଧାନଶିକ୍ଷୟିତ୍ରୀ ପ୍ରଭାତୀ ଦେହୁରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଶ୍ବଶୂରଘର ସାମ୍ନାରେ ଥିବା ଏକ ବନ୍ଦ କୋଠରୀରୁ ମୃତଦେହ ଉଦ୍ଧାର କରାଯାଇଥିଲା। ପ୍ରଭାତୀ ତୁମୁସିଙ୍ଗା ଗାଁ ପଞ୍ଚଶଖା ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଆଜକୁ ଦୁଇ ବର୍ଷ ତଳେ ସ୍ୱାମୀ ସତ୍ୟାନନ୍ଦ ପଧାନଙ୍କର ମୃତ୍ୟୁ ଘଟିଥିଲା। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories