www.samajalive.in
Saturday, December 6, 2025
23.1 C
Bhubaneswar

ଶାନ୍ତ କାମାକ୍ଷାନଗର ଏବେ ଅଶାନ୍ତ: ବିଜେପି

କାମାକ୍ଷାନଗର: କାମାକ୍ଷାନଗର ସହର ଏକ ଶାନ୍ତ ସହର ଥିବା ବେଳେ ଏବେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଯୋଗୁଁ ସହର ଅଶାନ୍ତ ହୋଇପଡ଼ିଥିବା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି। କାମାକ୍ଷାନଗର ସହରରେ ଦିନକୁ ଦିନ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଥିବା ଅନୁଭୂତ ହେଉଛି। ଗତ ମାସ ୨୮ ତାରିଖରେ ଭୁବନରୁ ଆସିଥିବା କେତେକ ଓକିଲ ଓ କୋର୍ଟ କର୍ମଚାରୀ କାମାକ୍ଷାନଗରରୁ କାମ ସାରି ଫେରିବା ସମୟରେ ବାଲିଗୋରଡ଼ଠାରେ ଥିବା ଏକ ଢାବାରେ ରାତ୍ରି ଭୋଜନ କରୁଥିଲେ। ଖାଇବା ବେଳେ କେତେକ ଅସାମାଜିକ ଯୁବକ ଓକିଲ ଓ କର୍ମଚାରୀମାନଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଓକିଲ ଶସଧର ମହାନ୍ତି ଗୁରୁତର ଭାବେ ଆହତ ହୋଇ କଟକର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ସହିତ ଲଢ଼ୁଛନ୍ତି। ରାଇବୋଲ ପଞ୍ଚାୟତର ହାଡ଼ଗରୀଠାରେ ଦିନ ଦ୍ବିପ୍ରହରରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ସୋମବାର ରାତିରେ ସହରର ମଢ଼ିସାହିରେ ଜଣେ ଠିକାଦାରଙ୍କ କାର ଉପରକୁ ବୋମା ମାଡ଼ କରିଥିବା ବେଳେ ପୁଲିସର ଦକ୍ଷତା ନେଇ ସାଧାରଣରେ ଅଙ୍ଗୁଳି ନିର୍ଦେଶ କରୁଛି। ବର୍ତ୍ତମାନ ପରିସ୍ଥିତିରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଥିବାର ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତ୍ରୁଘ୍ନ ଜେନା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories