www.samajalive.in
Saturday, December 6, 2025
15.1 C
Bhubaneswar

ଆଇନଜୀବୀଙ୍କ କଳା ବ୍ୟାଚ ପିନ୍ଧି ଧାରଣା

କାମାକ୍ଷାନଗର : କାମାକ୍ଷାନଗର ବରିଷ୍ଠ ଓକିଲ ଶସଧର ମହାନ୍ତିଙ୍କୁ ମରଣାତ୍ମକ ଆକ୍ରମଣରେ ପୁଲିସ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇ ନଥିବାରୁ ମଙ୍ଗଳବାର ସଂଘ ପକ୍ଷରୁ କୋର୍ଟ ବର୍ଜନ କରି ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମୁଖରେ କଳା ବ୍ୟାଚ ପରିଧାନ କରି ଧାରଣାରେ ବସି ଥିଲେ । ଗତ ମାସ ୨୮ ତାରିଖରେ ବରିଷ୍ଠ ଆଇନଜୀବୀ ଶସଧର ମହାନ୍ତିଙ୍କୁ ମରଣାତ୍ମକ ଆକ୍ରମଣ ଘଟଣାରେ ଏ ପର୍ୟ୍ୟନ୍ତ ପୁଲିସ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇ ନଥିବାରୁ ଗତ ୧୩ ତାରିଖରେ ଆଇନଜୀବୀ ସଙ୍ଘ ପକ୍ଷରୁ କାମାକ୍ଷାନଗର ବାର ଘଣ୍ଟିଆ ବନ୍ଦ ପାଳନ କରିଥିଲେ । ପରଦିନ ଉପଜିଲ୍ଲାପାଳଙ୍କୁ ମଧ୍ୟ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ହେଲେ ଦୀର୍ଘ ୭୨ ଘଣ୍ଟା ଅତିବାହିତ ହୋଇ ଥିଲେ ହେଁ ପୁଲିସ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ମଙ୍ଗଳବାର ସଂଘ ପକ୍ଷରୁ କୋର୍ଟ ବର୍ଜନ କରାଯାଇ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ କଳାବ୍ୟାଚ ପରିଧାନ କରି ଧାରଣାରେ ବସି ରହିଥିଲେ । ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରଞ୍ଜନ କୁମାର ଦେ ଙ୍କ ସହିତ ଧାରଣା ରତ ଆଇନଜୀବୀଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନା କାଳରେ ଉପଜିଲ୍ଲାପାଳ ଶ୍ରୀ ସାହୁ ନିଆଯାଇଥିବା କେତେକ ପଦକ୍ଷେପ ଉପରେ ସନ୍ତୋଷ ଜନକ ଉତ୍ତର ଦେବା ପରେ ଧାରଣା ରତ ଆଇନଜୀବୀ ଧାରଣରୁ ନିବୃତ ରହିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories