www.samajalive.in
Saturday, December 6, 2025
17.1 C
Bhubaneswar

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ପୌର କର୍ମଚାରୀ

ରାଜଗାଙ୍ଗପୁର :  ରାଜଗାଙ୍ଗପୁର ପୌରପାଳିକାର କର୍ମଚାରୀ ଏମଡି ନାଶିର ଜୈନକ ଦୀପକ ଠାକୁର ନାମକ ବ୍ୟକ୍ତିଙ୍କ ଠାରୁ ୧୩ ହଜାର ଲାଞ୍ଚ ନେଉଥିବା ବେଳେ ଆଜି ସୁନ୍ଦରଗଡ଼ ଏବଂ ଝାରସୁଗୁଡା ଦୁର୍ନୀତି ନିବାରଣ ବିଭାଗ ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି।
ସୂଚନା ମୁତାବକ ରାଜଗାଙ୍ଗପୁର ପୌରଞ୍ଚଳର ପନ୍ଦର ନମ୍ବର ୱାର୍ଡର ଦୀପକ ଠାକୁରଙ୍କ ଠାରୁ ତାଙ୍କ ଘରର ହୋଲଡିଂ ନମ୍ବର ତାଙ୍କ ନାମରେ କରିବାକୁ ଏବଂ ଟ୍ୟାକ୍ସ କାମ କରିଦେବା ବାବଦରେ ଲାଞ୍ଚ ମାଗିଥିଲେ ବୋଲି ଅଭିଯୋଗ ହୋଇଛି। ଏ ବାବଦରେ ଦୀପକ ଠାକୁର ସୁନ୍ଦରଗଡ଼ ଦୁର୍ନୀତି ବିଭାଗକୁ ଖବର ଦେଇଥିଲେ ।
ଆଜି ସୁନ୍ଦରଗଡ଼ ଏବଂ ଝାରସୁଗୁଡା ଦୁର୍ନୀତି ନିବାରଣ ବିଭାଗର ଦୁଇ ଜଣ ଡ଼ିଏସପି ତାଙ୍କ ଦଳ  ସହିତ ପୌରକାର୍ୟ୍ୟାଳୟ ସମ୍ମୁଖରେ ଏମଡି ନାଶିର କାର୍ୟ୍ୟାଳୟ ସମ୍ମୁଖରେ ଦୀପକ ଠାକୁରଙ୍କ ଠାରୁ ଟଙ୍କା ନେଉଥିବା ବେଳେ ବିଭାଗ କର୍ମଚାରୀ ମାନେ ତାଙ୍କୁ କାବୁ କରିଥିଲେ । ସୂଚନା ମୁତାବକ ଏମଡିନାଶିର ଆଉ ଚାରିମାସ ପରେ ଅବସର ନେଇଥାନ୍ତେ ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories