ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରକ୍ତଦାନ ଶିବିର, ୬୦ ୟୁନିଟ ରକ୍ତ ସଂଗ୍ରହ

କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ସେଥିମଧ୍ୟରୁ ୧୦ ଜଣ ମହିଳା ଓ ୫୦ ଜଣ ପୁରୁଷ ରକ୍ତଦାନ କରିଥିଲେ। ଏହି ଶିବିରକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା.ପ୍ରମିଲି ପ୍ରଧାନ, ଡା.ସୁଜିତ ଦାସ ଓ ବ୍ଲଡ ବ୍ୟାଙ୍କ ଅଧିକାରୀଙ୍କ ଉପସ୍ଥିତିରେ ରକ୍ତ ସଂଗ୍ରହ କରାଯାଇଥିଲା।

ସ୍ଥାନୀୟ ସମାଜସେବୀ ଭରତ ବିଶ୍ୱାଳ ରକ୍ତ ଦାତାଙ୍କୁ ପ୍ରୋତ୍ସାହିତ କରିଥିଲେ। ବରିଷ୍ଠ ରକ୍ତ ଦାତା ସୁମନ୍ତ କୁମାର ଜେନା, କାଦମ୍ବରୀ ମହାଖୁଡ଼, ବିରଞ୍ଚି ନାରାୟଣ ପାଣି, କଦମ୍ବରୀ ମହାଖୁଡ଼, ସୁମନ୍ତ କୁମାର ଜେନା, ସାମ୍ୱାଦିକ ପ୍ରକାଶ କୁମାର ପାତ୍ର ଉପସ୍ଥିତ ରହି ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ। ପାରିମାଳ ଅଞ୍ଚଳ ରେ ଆଗକୁ ମଧ୍ୟ ପ୍ରତେକ ତିନି ମାସରେ ଥରେ ରକ୍ତ ଦାନ ଶିବିର ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ସୂଚନା ଦିଆଯାଇଛି।

Comments are closed.