ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀଙ୍କ ଦ୍ଵାରା ମେଗା ସଫେଇ ଅନୁଷ୍ଠିତ 

କାମାକ୍ଷାନଗର : କାମାକ୍ଷାନଗର ଉପଖଣ୍ଡର କାମକଡାହାଡ଼ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ମାନଙ୍କ ଦ୍ଵାରା ବୁଧବାର ପୂର୍ବାହ୍ନରେ ମେଗା ସଫେଇ ଡ୍ରାଇଭ୍ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଅକ୍ଟୋବର ମାସ ବ୍ୟାପୀ ଚାଲିଥିବା ସ୍ବଛ ଭାରତ ଅଭିଯାନର ଅଂଶ ସ୍ବରୂପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକ ଶହ ସ୍ବେଚ୍ଛାସେବୀ ଓ ସ୍ବେଛାସେବୀନି ଏହି କାର୍ୟ୍ୟକ୍ରମରେ ଭାଗ ନେଇଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଏକ ସଚେତନତା ରାଲିରେ ସ୍ବେଚ୍ଛାସେବୀ ମାନେ ପ୍ରଥମେ କଙ୍କଡ଼ାହାଡ଼ ବସଷ୍ଟାଣ୍ଡ ଓ ବଜାର ପରିକ୍ରମା କରି ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଚର୍ତୁପାଶ୍ୱର ଏବଂ ବସଷ୍ଟାଣ୍ଡରେ ପଡ଼ିଥିବା ସୁଖିଲା ଅଳିଆ ଆବର୍ଜ୍ଜନା ତଥା ପଲିଥିନ୍ ସଫେଇ କରିଥିଲେ । ପରେ ପରେ ସ୍ଥାନୀୟ ମା’ ଚର୍ଚ୍ଚିକା ପିଠରେ ଗଜଲକ୍ଷ୍ମୀ ପୂଜା ପରେ ପଡ଼ି ରହିଥିବା ଅଳିଆ ସଫା କରାଯାଇଥିଲା । ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁଙ୍କ ନିର୍ଦ୍ଦେଶରେ ଜାତୀୟ ସେବା ଯୋଜନା କାର୍ୟକ୍ରମ ଅଧିକାରୀ ଝୁନୁ ରାୟ କାର୍ୟ୍ୟକ୍ରମ ପରିଚାଳନା କରିଥିବା ବେଳେ ପୁର୍ବତନ କାର୍ୟ୍ୟକ୍ରମ ଅଧିକାରୀ ଅଧ୍ୟାପକ ଲକ୍ଷ୍ମୀକାନ୍ତ ଶତପଥୀ, ଅଧ୍ୟାପକ ପ୍ରେମାନନ୍ଦ ନାୟକ, କର୍ମଚାରୀ ପ୍ରଦୀପ କୁମାର ବେହେରା ଓ ନିର୍ଝରୀଣୀ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ସ୍ଥାନୀୟ ଅଧିବାସୀ ମାନେ ସ୍ବେଚ୍ଛାସେବୀ ମାନଙ୍କ କାର୍ୟ୍ୟର ପ୍ରଶଂସା କରିଥିଲେ ।

kalyan agarbati

Comments are closed.