କଟକ ମହାନଦୀ ବିହାରରେ ଡକାୟତି, ୫ ଦୁର୍ବୁତ୍ତ ଲୁଟିନେଲେ ୧୮ ଲକ୍ଷ

କଟକ: ଆଜି ସକାଳେ କଟକ ମହାନଦୀ ବିହାରରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଡକାୟତି ହୋଇଥିବା ସୂଚନା ମିଳିଛି। ୫ଜଣ ଦୁର୍ବୁତ୍ତ କଟକ ମହାନଦୀ ବିହାରସ୍ଥିତ ଜଣେ ବ୍ୟକ୍ତିଙ୍କ ଘରେ ପଶି ୧୮ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଦୁର୍ବୁତ୍ତଙ୍କ ମାଡ଼ରେ ଘର ମାଲିକ ଆହତ ହୋଇଥିବା ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳରେ ଚାଉଳିଆଗଞ୍ଜ ପୁଲିସ ପହଞ୍ଚି ଛାନଭିନ ଜାରି ରଖିଛି। ତେବେ ଡକାୟତି ଗ୍ୟାଙ୍ଗ କିମ୍ବା ଲୁଟ ହୋଇଥିବା ଟଙ୍କା ସମ୍ପର୍କରେ ପୁଲିସ କୌଣସି ସୁରାକ ମିଳିନଥିବା ଜଣାପଡ଼ିଛି।

kalyan agarbati

Comments are closed.